Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ଏହି ଖରାପ ଅଭ୍ୟାସକୁ ମା’ ଲକ୍ଷ୍ମୀ କରନ୍ତି ନାହିଁ ପସନ୍ଦ, ମିଳିବନି ଆଶୀର୍ବାଦ, ହୋଇଯିବେ କାଙ୍ଗାଳ

22/10/2021 at 1:09 PM

ନୂଆଦିଲ୍ଲୀ ୨୨/୧୦: ସଫଳତାର ଚାବି କହିଥାଏ କଳି ଯୁଗରେ ମା’ ଲକ୍ଷ୍ମୀଙ୍କୁ ମୁଖ୍ୟ ଦେବୀ ଭାବରେ ବିବେଚନା କରାଯାଏ। ମା’ ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଏ। ଯାହାଙ୍କ ଉପରେ ଲକ୍ଷ୍ମୀଙ୍କର କୃପା ରହିଥାଏ ତାଙ୍କ ଜୀବନ ସୁଖରେ ପରିପୂର୍ଣ୍ଣ ହୋଇଥାଏ। ତେଣୁ ପ୍ରତ୍ୟେକ ବ୍ୟକ୍ତି ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ଚେଷ୍ଟା କରିଥାନ୍ତି। ଯଦି ଲକ୍ଷ୍ମୀଙ୍କର ଆଶୀର୍ବାଦ ପାଇବାକୁ ଚାହୁଁଛନ୍ତି, ତେବେ ଆପଣ ଖରାପ ଅଭ୍ୟାସଠାରୁ ଦୂରଇ ରୁହନ୍ତୁ। କାରଣ ମା’ ଲକ୍ଷ୍ମୀ ଖରାପ ଅଭ୍ୟାସକୁ ପସନ୍ଦ କରନ୍ତି ନାହିଁ।

ପରିଷ୍କାର ପରିଚ୍ଛନ୍ନତା:

ସଫଳତାର ଚାବି କହେ ମା’ ଲକ୍ଷ୍ମୀ ଅପରିଷ୍କାରକୁ ଆଦୌ ପସନ୍ଦ କରନ୍ତି ନାହିଁ। ଯେଉଁମାନେ ସ୍ୱଚ୍ଛତାର ନିୟମ ପାଳନ କରନ୍ତି ନାହିଁ, ସେମାନଙ୍କୁ ଲକ୍ଷ୍ମୀଙ୍କର ଆଶୀର୍ବାଦ ମିଳିନଥାଏ। ମା’ଙ୍କର ପରିଷ୍କାର ସ୍ଥାନ ଅଧିକ ପ୍ରିୟ ଅଟେ। ତେଣୁ, ଯଦି ଆପଣ ଲକ୍ଷ୍ମୀଙ୍କର ଆଶୀର୍ବାଦ ପାଇବାକୁ ଚାହାଁନ୍ତି, ତେବେ ସ୍ୱଚ୍ଛତା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍।

ଲୋଭ:

ସଫଳତାର ଚାବି କହେ, ଯେଉଁମାନେ ଅନ୍ୟମାନଙ୍କ ଧନକୁ ଲୋଭ କରନ୍ତି ଏବଂ ସବୁବେଳେ ଟଙ୍କା ପଛରେ ଦୌଡ଼ନ୍ତି ସେମାନଙ୍କୁ ମା’ଲକ୍ଷ୍ମୀ ପସନ୍ଦ କରନ୍ତି ନାହିଁ । ଯେଉଁମାନେ କଠିନ ପରିଶ୍ରମ କରନ୍ତି ସେମାନଙ୍କୁ ଲକ୍ଷ୍ମୀ ଆଶୀର୍ବାଦ ପ୍ରଦାନ କରନ୍ତି। ତେଣୁ ଲୋଭୀ ନ ହୋଇ କଠିନ ପରିଶ୍ରମ ଉପରେ ନିର୍ଭର କରିବା ଉଚିତ୍।

ଅଳସୁଆ:

ସଫଳତାର ଚାବି କହେ, ଅଳସୁଆ ବ୍ୟକ୍ତିର ସବୁଠାରୁ ବଡ ଶତ୍ରୁ। ଜଣେ ଅଳସୁଆ ସର୍ବଦା ସୁଯୋଗ ହରାଇଥାଏ। ଯେଉଁ ବ୍ୟକ୍ତି ସୁଯୋଗର ଲାଭ ଉଠାଥାଏ ଏବଂ ଅଳସୁଆରୁ ଦୂରେଇ ରହିଥାଏ, ମା ଲକ୍ଷ୍ମୀ ତାଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତି।

ନିଶା:

ସଫଳତାର ଚାବି କହେ, ବ୍ୟକ୍ତିଙ୍କୁ ଖରାପ ଜିନିଷରୁ ଦୂରେଇ ରହିବା ଉଚିତ୍। ନିଶା ଏକ ଖରାପ ଜିନିଷ। ଏଥିରୁ ଦୂରରେ ରହିବା ଜରୁରୀ। ଖରାପ ନିଶା ଦ୍ୱାରା ଘେରି ରହିଥିବା ବ୍ୟକ୍ତିଙ୍କୁ ମା’ ଲକ୍ଷ୍ମୀ ଛାଡି ଚାଲିଯାଆନ୍ତି। ତେଣୁ ଏହି ଜିନିଷଗୁଡିକୁ ଏଡ଼ାଇବା ଉଚିତ୍।

   Related Posts