ପୂର୍ଣ୍ଣିମା ଦିନ ଏହି କାର୍ଯ୍ୟ କରନ୍ତୁ, ଆପଣଙ୍କ ଘରେ ଭରିଯିବ ଧନ, ଆସିବ ସୁଖ, ଶାନ୍ତି ଓ ସମୃଦ୍ଧି

Published By : Prameya-News7 Bureau | December 11, 2019 IST

ପୂର୍ଣ୍ଣିମା ଦିନ ଆକାଶରେ ଚନ୍ଦ୍ର ପୂର୍ଣ୍ଣ ଭାବେ ଦୃଶ୍ୟମାନ ହୋଇଥାଏ ।  ଏହି ଦିନଟି , ଅର୍ଥାତ ପୂର୍ଣ୍ଣିମା ଦିନଟି ମା’ ଲକ୍ଷ୍ମୀଙ୍କର ପ୍ରିୟ ଦିନ। ଏହି ଦିନ ମା’ ଲକ୍ଷ୍ମୀଙ୍କୁ ପୂଜାଆରାଧନା କଲେ ମା’ଙ୍କ ଶୁଭ ଦୃଷ୍ଟି ପଡ଼ିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ର ମନର କାରକ ଏବଂ ମା’ଙ୍କ ସୂଚକ ବୋଲି କୁହାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କର୍କଟ ରାଶିର ଅଧିପତି  ହେଉଛନ୍ତି ଚନ୍ଦ୍ର। କୃଷ୍ଣ ପକ୍ଷରେ ଚନ୍ଦ୍ରର ଆକାର ଛୋଟ ଏବଂ ଶୁକ୍ଳ ପକ୍ଷରେ ଚନ୍ଦ୍ରର ଆକୃତି ପୂର୍ଣ୍ଣ ରହିଥାଏ। ଏହା ସହ  ଚନ୍ଦ୍ରର ପ୍ରଭାବ ମନୁଷ୍ୟର ମନ ଉପରେ ପଡ଼ିଥାଏ।

{"id":196436,"sizeSlug":"large"}

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପୂର୍ଣ୍ଣିମା ଦିନ ଓସ୍ତ ଗଛରେ ମା’ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ। ଏହି ଦିନ ସକାଳୁ ସ୍ନାନ କରି ଓସ୍ତ ଗଛ ମୂଳରେ ମିଷ୍ଟାନ୍ନ ଭୋଗ ଦେଲେ ମାନସିକ ଶାନ୍ତି ମିଳିଥାଏ। ଦାମ୍ପତ୍ୟ ଜୀବନରେ ବି ଚନ୍ଦ୍ରର ପ୍ରଭାବ ରହିଛି। ପାରିବାରିକ ଓ ଦାମ୍ପତ୍ୟ ଜୀବନ ହସ, ଖୁସିରେ ଅତିବାହିତ କରିବାକୁ ଚାହୁଁଥିଲେ ପୂର୍ଣ୍ଣିମା ଦିନ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରୁ କେହି ବି ଜଣେ ଚନ୍ଦ୍ରଙ୍କୁ ଅର୍ଘ୍ୟ ପ୍ରଦାନ କରିବା ଉଚିତ୍‌। ସ୍ବାମୀ –ସ୍ତ୍ରୀ ଉଭୟ ମିଶି ମଧ୍ୟ ଚନ୍ଦ୍ରକୁ ଅର୍ଘ୍ୟ ପ୍ରଦାନ କରି ପାରିବେ।

{"id":196437,"sizeSlug":"large"}

ଆର୍ଥିକ ସମସ୍ୟାରୁ ତ୍ରାହି ପାଇବା ଲାଗି ପୂର୍ଣ୍ଣିମା ଦିନ ଚନ୍ଦ୍ର ଉଦୟ ସମୟରେ କଞ୍ଚା କ୍ଷିରରେ ଚିନି ଓ ଚାଉଳ ମିଶାଇ ଚନ୍ଦ୍ରକୁ ଅର୍ପଣ କରନ୍ତୁ। ଏହା କରିବା ଦ୍ବାରା ଧୀରେ ଧୀରେ ଆର୍ଥିକ ଅବସ୍ଥାରେ ପରିବର୍ତ୍ତନ ଦେଖା ଦେବ।

{"id":196438,"sizeSlug":"large"}

ପୂର୍ଣ୍ଣିମ ଦିନ ଲକ୍ଷ୍ମୀ ପ୍ରତିମାଙ୍କ ଉପରେ ୧୧ଟି କଉଡ଼ି ଚଢ଼ାନ୍ତୁ। ଏହି କଉଡ଼ିରେ ହଳଦୀ ଲଗାଇ ଧଳା କପଡ଼ାରେ ବାନ୍ଧି ଦିଅନ୍ତୁ। ତାହାକୁ ଆପଣ  ଟଙ୍କା, ସୁନା, ଗହଣା ରଖୁଥିବା  ବାକ୍ସ, ଆଲମିରା ଆଦି ସ୍ଥାନରେ ରଖି ଦିଅନ୍ତୁ। ଏହା ଧନ ବୃଦ୍ଧି ସହ ଘରେ ସୁଖ, ଶାନ୍ତି ଓ  ସମୃଦ୍ଧି ଭରିଦେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.