ଭାରତର ଏହି ରାଜ୍ୟ ଆରମ୍ଭରୁ କରୋନା ମୁକ୍ତ : ଜାଣନ୍ତୁ କିପରି ରୋକାଯାଇଥିଲା ସଂକ୍ରମଣ

Published By : Prameya-News7 Bureau | July 08, 2020 IST

 କଭରାଟି ୮/୭: ସମଗ୍ର ବିଶ୍ବରେ ଏବେ କରୋନା ତାଣ୍ଡବ ମଚାଉଛି। ଭାରତରେ ମଧ୍ୟ ଏବେ ସୁଦ୍ଧା ୭ଲକ୍ଷ ଲୋକଙ୍କୁ କରୋନା ଭାଇରସ୍ ନିଜ ଶିକାର ବନାଇ ସାରିଛି କିନ୍ତୁ ଭାରତର ଏକ ଏପରି ରାଜ୍ୟ ରହିଛି ଯେଉଁଠାରେ ଏବେ ସୁଦ୍ଧା ଜଣେ ବି ବ୍ୟକ୍ତି ଏହି ମହାମାରୀ ଭାଇରସରେ ସଂକ୍ରମିତ ହୋଇ ନାହାନ୍ତି।

{"id":297613,"sizeSlug":"large"}

ଆମେ କଥା ହେଉଛୁ କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ବୀପ ବିଷୟରେ ଯେଉଁଠାରେ ଏବେ ସୁଦ୍ଧା କରୋନା ଭାଇରସରେ ସଂକ୍ରମିତ ଗୋଟିଏ ବି ରୋଗୀ ମିଳି ନାହାନ୍ତି। ଏହା ଏକ ମାତ୍ର ଏପରି କେନ୍ଦ୍ରଶାସିତ ଅଞ୍ଚଳ ଯେଉଁଠାରେ କରୋନା ପ୍ରବେଶ କରି ପାରିନାହିଁ।

{"id":297615,"sizeSlug":"large"}

ସାରା ଦେଶରେ କରୋନା କାୟା ବିସ୍ତାର କରିଥିବାବେଳେ ଲାକ୍ଷାଦ୍ବୀପ କିପରି ଏକୁଟିଆ  ଏଥିରୁ ମୁକ୍ତି ପାଇଛି। ଏହି ପ୍ରଶ୍ନର ଉତ୍ତରରେ ଜଣେ ଅଧିକାରୀ କହିଛନ୍ତି ଯେ ସର୍ବ ପ୍ରଥମେ ସେମାନେ ଏଠାକାର ପର୍ଯ୍ୟଟକଙ୍କ ଆସିବା ପାଇଁ ପୂରାପୂରି ପ୍ରତିବନ୍ଧକ ଲଗାଇଥିଲେ।

{"id":297617,"sizeSlug":"large"}

ଏହା ବ୍ୟତୀତ ଅଧିକାରୀ କହିଛନ୍ତି ଯେ କରୋନା ଭାଇରସ୍ ବ୍ୟାପିବା ପରେ ସେହି ଲୋକଙ୍କୁ ଏଠାକୁ ଫେରିବାକୁ ଅନୁମତି ମିଳିଥିଲା ଯେଉଁମାନେ ଏଠାକାର ସ୍ଥାୟୀ ବାସିନ୍ଦା। କେବଳ ଏତିକି ନୁହେଁ ଏହା ପୂର୍ବରୁ ସେମାନଙ୍କୁ ମଧ୍ୟ କରୋନା ଟେଷ୍ଟ୍ କରିବାକୁ ପଡ଼ିଥିଲା। ନେଗେଟିଭ ଜଣା ପଡ଼ିବା ପରେ ଫେରିବାକୁ ଅନୁମତି ଦିଆଯାଇଥିଲା।

{"id":297618,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.