Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||
  • ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ ବିରୋଧି ଦଳ, ମାଗଣା ଟିକା ସହ ବେରୋଜଗାରୀଙ୍କୁ ଭତ୍ତା ଦେବାକୁ ରଖିଲେ ଦାବି
  • ||
  • ପଶ୍ଚିମ ଓଡିଶାରେ କରୋନା ପରିଚାଳନା ଦାୟିତ୍ୱ ନେବ ଡବ୍ଲ୍ୟୁଓଡିସି, ୧୦ ଜିଲ୍ଲାକୁ ଦେଲା ୨୫ କୋଟି ଟଙ୍କା
  • ||
  • ଅମାନିଆଙ୍କୁ ସାବାଡ୍ କରିବାକୁ ଯାଇଥିଲେ, ତହସିଲଦାରଙ୍କୁ ବାଟୁଳି ମାଡ କଲେ ଲୋକେ
  • ||
  • କବର ଦେବାକୁ ଘରେ ନଥିଲେ କେହି ପୁରୁଷ, ପିପିଇ କିଟ୍ ପିନ୍ଧି ମୁସଲିମ୍ ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବିଡିଓ
  • ||
  • ପୃଥିବୀରେ ହେବ ଉଲକା ବର୍ଷା, ଏହି ଦିନ ଆକାଶରେ ଦେଖିବାକୁ ମିଳିବ ଦୁର୍ଲଭ ଦୃଶ୍ୟ…
  • ||

ବାବା ସାଇ ଏଗ୍‌ସ ଟ୍ରେଡ୍‌ର୍ସରୁ ଲକ୍ଷାଧିକ ଟଙ୍କାର ଅଣ୍ଡା ଚୋରି….

7/11/2020 at 5:18 PM

ସାଲେପୁର୭/୧୧: ଅଣ୍ଡା ଦୋକାନରୁ ଲକ୍ଷାଧିକ ଟଙ୍କାର ଅଣ୍ଡା ଚୋରି। ବାବା ସାଇ ଏଗ୍‌ସ ଟ୍ରେଡ଼ର୍ସରୁ ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ଅଣ୍ଡା ଚୋରି ହୋଇଥିବା ଅଭିଯୋଗ ହୋଇଛି। ପାଖାପାଖି ୧୨୦ ପେଟି ଅଣ୍ଡା ଚୋରି ହୋଇଥିବା ଟ୍ରେଡ଼ର୍ସର ମାଲିକ ଜଗତପୁର ଥାନା ଅଧିନ ପାଗା ଫାଣ୍ଡିରେ ଅଭିଯୋଗ କରିଛନ୍ତି।

ଟ୍ରେଡ଼ର୍ସର ମାଲିକ ହେଲେ ଜଗତପୁର ଥାନା ପାଗା ଫାଣ୍ଡି ଅନ୍ତର୍ଗତ ବହାଦୁଲା ପାଟଣା ଗାଁର ଅବଦୁଲ ରଜାକ। ସେ ଗତ କାଲି ବିଳମ୍ବିତ ରାତିରେ ଦୋକାନରେ ଅଣ୍ଡା ରଖି ଦୋକାନରେ ତାଲା ପକାଇ ଘରକୁ ଫେରିଥିଲେ। ଆଜି ଦୋକାନ ଖୋଲିଲା ବେଳେ ତାଲା ଭଙ୍ଗା ଯାଇଥିବା ସେ ଦେଖିଥିଲେ। ତାଲା ଭାଙ୍ଗି ଦୁର୍ବୃତ୍ତମାନେ ୧୨୦ଟି ଅଣ୍ଡା ପେଟି ଚୋରି କରି ନେଇଥିଲେ। ଯାହାର ମୂଲ୍ୟ ୧ ଲକ୍ଷ୨୬ ହଜାର ଟଙ୍କା ହେବ ବୋଲି ଟ୍ରେଡର୍ସ କହିଥିଲେ। ଏ ନେଇ ଅବଦୁଲ ରଜାକ ଜଗତପୁର ଥାନା ଅଧିନ ପାଗା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଦୋକାନ ମାଲିକ କରିଥିବା ଅଭିଯୋଗକୁ ଭିିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଛି।

   Related Posts