Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୩୪୮୬ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଡିସଚାର୍ଜ
  • ||
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଦୁବାଇରେ ଚାକିରୀ କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକେଇ : ଠକିଥିବା ସଂସ୍ଥା ଆଗରେ ଯୁବକଙ୍କ ଧାରଣା

9/01/2019 at 4:07 PM

ଭୁବନେଶ୍ବର ୯|୧:  ଦିନକୁ ଦିନ ରାଜ୍ୟରେ ବେକାରୀ ସମସ୍ୟା ବଢି ବଢି ଚାଲିଛି । ଯାହାର ସୁଯୋଗ ନେଇ ଠକୁଛନ୍ତି ଅନେକ ସଂସ୍ଥା । ଭୁବନେଶ୍ବର ବମିଖାଲରେ ଥିବା ମିଡିଲ ରେଞ୍ଜ ସର୍ଭିସ ପ୍ରାଇଭେଟ ଲିମିଟେଡ ନାମକ ସଂସ୍ଥା ବେକାର ଯୁବକ ଯୁବତୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ ନେଇଛନ୍ତି । ଏବେ ଟଙ୍କା ଫେରି ପାଇବା ପାଇଁ ସମ୍ପୃକ୍ତ ସଂସ୍ଥା ମୁଖ୍ୟଙ୍କ ଘର ଆଗରେ ଧାରଣା ଦେଇଛନ୍ତି ଠକେଇ ଶିକାର ଯୁବକ ଯୁବତୀ ।

ବିଦେଶରେ ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ । ଗଞ୍ଜାମ, ଖୋର୍ଦ୍ଧା, ବାଣପୁର, ବରକୁଳ, ବାଲୁଗାଁ, ବାଲେଶ୍ବର, ଜଗତସିଂହପୁର, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶର ଅନେକ ବେକାର ଯୁବକ ଯୁବତୀ ଠକାମୀର ଶିକାର ହୋଇଛନ୍ତି । ଭୁବନେଶ୍ବର ବମିଖାଲରେ ଥିବା ମିଡିଲ ରେଞ୍ଜ ସର୍ଭିସ ପ୍ରାଇଭେଟ ଲିମିଟେଡ ନାମକ ସଂସ୍ଥା ଜଣଙ୍କ ପିଛା ୮୦ ରୁ ଦେଢ ଲକ୍ଷ ଟଙ୍କା ନେଇଛନ୍ତି । ସମସ୍ତଙ୍କୁ ଦୁବାଇର ଏକ କମ୍ପାନୀର ଅଫର ଲେଟର ମଧ୍ୟ ଦେଇଥିଲେ । କିନ୍ତୁ ଦୁବାଇରେ ପହଞ୍ଚିବା ପରେ ସମ୍ପୃକ୍ତ କମ୍ପାନୀ  ସେଠାରେ ନଥିବା ଜଣାପଡିଥିଲା ।

ଅଫର ଲେଟର ଫେକ୍ ଜାଣିବା ପରେ ଭିଜିଟ୍ ଭିସାରେ ଯାଇଥିବା ଯୁବକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଖାଇବାକୁ ପାଖରେ ଟଙ୍କା ନଥିବାରୁ ଡଷ୍ଟବିନରୁ ଗୋଟେଇ ଖାଇଥିବା କଥା କହିଛନ୍ତି । ଘର ଲୋକେ ଟଙ୍କା ପଠାଇବା ପରେ ଯୁବକମାନେ ଘରକୁ ଫେରିଥିଲେ । ଏବେ ଟଙ୍କା ଫେରି ପାଇବା ପାଇଁ ଅଭିଯୋଗକାରୀ ପ୍ଲେସମେଣ୍ଟ କମ୍ପାନୀ ମୁଖ୍ୟ ରଞ୍ଜିତ ମହାରଣାଙ୍କ  ଘର ଆଗରେ ଧାରଣାରେ ବସିଛନ୍ତି  । ସେପଟେ ଖୁବଶୀଘ୍ର ଟଙ୍କା ଫେରାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି କମ୍ପାନୀ ମୁଖ୍ୟ ।

ଠକେଇର ଶିକାର ଯୁବକ ଯୁବତୀ କିଭଳି ଟଙ୍କା ଫେରି ପାଇବେ, ସେଥିପାଇଁ ପ୍ରଶାସନ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

   Related Posts