ନାବାର୍ଡ ନାଁରେ ସ୍ବୟଂ ସହାୟକ ଗୋଷ୍ଠୀରୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ

Published By : Prameya-News7 Bureau | October 11, 2019 IST

ଭଣ୍ଡାରୀପୋଖରୀ ୧୧।୧୦: ରାଷ୍ଟ୍ରୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ ନାବାର୍ଡ ନାଁରେ ସ୍ବୟଂ ସହାୟକ ଗୋଷ୍ଠୀରୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ ହୋଇଛି । ନାବାର୍ଡର ବିଭିନ୍ନ କାଗଜପତ୍ର ଓ ଫର୍ମକୁ ଜାଲିଆତି କରି ସ୍ବୟଂ ସହାୟକ ଗୋଷ୍ଠୀରୁ ଠକେଇ କରିଥିବା ଅଭିଯୋଗ ହୋଇଛି ।

{"id":168774}

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ମଙ୍ଗଳପୁର ଆଞ୍ଚଳରେ ଏଭଳି ଅଭିଯୋଗ ହୋଇଛି । ମଙ୍ଗଳପୁର ଓ ଏହାର ଆଖପାଖ ଆଞ୍ଚଳର କେତେକ ସ୍ବୟଂ ସହାୟକ ଗୋଷ୍ଠୀକୁ କମ୍ ସୁଧ ହାରର ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଋଣ କରାଇଦେବାକୁ କହି କାଗଜପତ୍ର ପାଇଁ ଟଙ୍କା ନେଇଥିବା ସୂଚନା ମିଳିଛି ।

{"id":168775}

ଅଭିଯୋଗ ଅନୁଯାୟୀ ଧୁଷୁରି ଥାନା ଅଞ୍ଚଳର ସ୍ଵପ୍ନେଶ୍ଵର ମଳିକ ନାମକ ବ୍ୟକ୍ତି ଜାଲ କାଗଜପତ୍ର ଦେଖାଇ ଠକେଇ କରିଥିବା ଶନିଶ୍ଚରାୟ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ଧୁଷୁରି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ଜଣଙ୍କ ସେମାନଙ୍କୁ ଧମକ ଦେଉଥିବା କହିଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.