କଟକ ୩୧|୧୦: ଋଣ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ। କେନ୍ଦ୍ରାପଡା ଜିଲ୍ଲାର କିଛି ମହିଳା ସ୍ବେଚ୍ଛାସେବୀ ସଂସ୍ଥା କର୍ମକର୍ତ୍ତାଙ୍କ ଠାରୁ କଟକ ସିଡିଏ ଅଞ୍ଚଳର ଏକ ଏନଜିଓ ଏଭଳି କରିଥିବାର ଅଭିଯୋଗ ହୋଇଛି। ଅଭିଯୋଗକାରୀ ସମ୍ପୃକ୍ତ ବ୍ୟକ୍ତିଙ୍କ ଧରି ପୁଲିର ଜିମା ଦେଇଥିଲେ ମଧ୍ୟ ମର୍କତନଗର ଥଛାନା କେସ ରେଜିଷ୍ଟର ନକରିବା ଏବଂ ଅଭିଯୁକ୍ତଙ୍କୁ ଛାଡିଦେବା ଘଟଣା ପୁଲିର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ଛିଡା କରାଇଛି।
{"id":177386}ପଟ୍ଟାମୁଣ୍ଡାଇ ଅଞ୍ଚଳର ବହୁ ଗରିବ ଲୋକଙ୍କୁ ଋଣ କରାଇଦେବାର ପ୍ରତିଶୃତି ଦେଇ ପ୍ରାୟ ୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହଡପ କରାଯାଇଛି। ସିଡିଏ ସେକ୍ଟର-୯ ଅଞ୍ଚଳର ନିଦାନ ଏନଜିଓ ନାମକ ଏକ ସ୍ବେଚ୍ଛାସେବୀ ସଂସ୍ଥା ଖୋଲି ଏହାର ପରିଚାଳନା ନିର୍ଦ୍ଦେଶକ ଜଗନ୍ନାଥ ଦାସ ଲୋକଙ୍କ ଠାରୁ ଏଜେଣ୍ଟ ସହାୟତାରେ ଅର୍ଥ ଆଦାୟ କରିଥିଲେ। ଋଣ ନମିଳିବା କାରଣରୁ ଲୋକେ ଦିଆୟାଇଥିବା ଅର୍ଥ ଫେରସ୍ତ ଦାବି କରୁଥିଲେ ସୁଦ୍ଧା ସେ ତାହା ସେମାନଙ୍କୁ ଫେରାଉ ନଥିଲେ। ଫଳରେ ପ୍ରାୟ ୪୦ରୁ ଅଧିକ ପୁରୁଷ ଓ ମହିଳା ବୁଧବାର ସନ୍ଧ୍ୟାରେ ତାଙ୍କ ଅଫିସକୁ ଆସି ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୁଲିସର ଜିମା ଦେଇଥିଲେ। ମାତ୍ର ମର୍କତ ନଗର ଥାନାରେ ଥିବା ଡାଇରୀ ଚାର୍ଜ ଅଫିସର ବା ଡିସିଓ ଏହାକୁ ରଖିବାକୁ ମନା କରିଦେଇଥିଲେ। ଘଟଣାଟି ପଟାମୁଣ୍ଡାଇ ଅଞ୍ଚଳର ହୋଇଥିବାରୁ ସେଠାରେ କେସ୍ ରେଜିଷ୍ଟର କରିବାକୁ କହିଥିଲେ।
{"id":177387}ନାବାର୍ଡ ସହାୟତାରେ ଋଣ କରାଇଦିଆଯିବ ବୋଲି ଦୀର୍ଘଦିନ ଧରି ଏହି ସଂସ୍ଥା ଲୋକମାନଙ୍କୁ ଠକିଆସୁଥିବାର ଅଭିଯୋଗ ହୋଇଆସୁଛି। ଏପରିକି ଋଣ ନେବାପରେ ଫେରସ୍ତ ବେଳକୁ ୪୦ ପ୍ରତିଶତ ଛାଡ କରାଯିବାର ମଧ୍ୟ ଲୋକଙ୍କୁ ମିଥ୍ୟା ପ୍ରତିଶୃତି ଦେଇଛି। ଲୋକେ ମଧ୍ୟ ଲୋଭର ବଶବର୍ତ୍ତୀ ହୋଇ ଫାଇଲ ପ୍ରସେସିଂ ଫି ନାଁରେ ୨୫ ଲକ୍ଷ ଟଙ୍କା ଜମା କରାଇଛନ୍ତି।
{"id":177388}ଏ ସଂକ୍ରାନ୍ତରେ କଟକ ଡିସିପିଙ୍କ ପ୍ରତିକ୍ରୀୟା ମିଳିପାରି ନାହିଁ। କିନ୍ତୁ ମିଳିଥିବା ସୂଚନା ଅନୁସାରେ ମର୍କତନଗର ପୁଲିସ ଏଫଆଇଆର୍ ରେଜିଷ୍ଟର କରିବା ପରିବର୍ତ୍ତେ ୧୦ ଦିନ ମଧ୍ୟରେ ଲୋକେ ସେମାନଙ୍କ ଟଙ୍କା ଫେରିପାଇବେ ବୋଲି ଜମାକାରୀଙ୍କୁ ଏକ ମୌଖିକ ପ୍ରତିଶ୍ରୁତି ଦେଇ ଅଭିଯୁକ୍ତଙ୍କୁ ଛାଡିଦେଇଛି।