ମହାମାରୀ ବେଳେ କଳା ବେପାର, ହୋଲସେଲର ଗୋଦାମରୁ ଲକ୍ଷ ଲକ୍ଷ ଟଙ୍କାର ନକଲି କରୋନା ଔଷଧ ଜବତ

Published By : Prameya-News7 Bureau | June 11, 2021 IST

କଟକ ୧୧।୦୬: କରୋନାକାଳରେ ଲୋକେ ନିଜ  ଜୀବନ ବଞ୍ଚାଇବାକୁ ଛଟପଟ ହେଉଥିବା ବେଳେ ଏମିତି ସଙ୍କଟଜନକ ସ୍ଥିତିର ଫାଇଦା ଉଠାଇବାକୁ ପଛାଉ ନାହାନ୍ତି ଲୋକେ। ଅତି ଜରୁରୀ ସମୟକୁ ସେମାନେ ସୁଯୋଗ ଭାବେ ବ୍ୟବହାର କରୁଛନ୍ତି। କେଉଁଠି ନକଲି ରେମଡେସିଭିର ବିକ୍ରି ହେଉଛି ତ କେଉଁଠି ନକଲି ଔଷଧ ଜବତ ହେଉଛି। ଏହି କ୍ରମରେ କଟକ ସହରର କନିକା ଛକ ନିକଟରେ ଥିବା ଏକ  ହୋଲସେଲର ଗୋଦାମରୁ ଲକ୍ଷ ଲକ୍ଷ ଟଙ୍କାର ନକଲି କରୋନା ଔଷଧ ଜବତ ହୋଇଛି।

{"id":464644,"sizeSlug":"large","linkDestination":"none"}

କଟକ କନିକାଛକ ନିକଟରେ ଥିବା ଏକ ମେଡ଼ିସିନ ହୋଲସେଲର ଗୋଦାମ ଉପରେ ଶୁକ୍ରବାର ଜିଲ୍ଲା ଡ୍ରଗ ବିଭାଗ ଚଢାଉ କରିଛି।  ଚଢ଼ାଉରେ ୬୯ ଲକ୍ଷ ଟଙ୍କାର ନକଲି କରୋନା ଔଷଧ ଜବତ କରାଯାଇଛି। ଉତ୍ତରପ୍ରଦେଶର ମାକ୍ସ ରିଲିଫ ହେଲଥ କେୟାର ନାମକ କମ୍ପାନୀରୁ ଏହି ଔଷଧ ଆସୁଥିବା ପ୍ରାରମ୍ଭିକ ତଦନ୍ତରୁ ଜଣା ପଡିଛି। ହୋଲସେଲର ବିରୁଦ୍ଧରେରେ ଡ୍ରଗ ଆଣ୍ଡ କସମେଟିକ ଆଇନ ମୁତାବକ କଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡ୍ରଗ ଇନ୍ସପେକ୍ଟର ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି। ଏହି ଚଢାଉରେ ଜୋନ ୨ର ଇନ୍ସପେକ୍ଟର ସୁଶାନ୍ତ କୁମାର ସାହୁ ଓ ଗ୍ରାମାଞ୍ଚଳ ସୁଜାତା ଆଚାର୍ଯ୍ୟ ସାମିଲ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.