Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ଆଜି ପବିତ୍ର ମାଘ ସପ୍ତମୀ : ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ, ଖଣ୍ଡଗିରିରେ ଆରମ୍ଭ ହେଲା ମହାକୁମ୍ଭ ମେଳା

12/02/2019 at 5:07 PM

କୋଣାର୍କ|ଭୁବନେଶ୍ବର ୧୨|୨:  ଆଜି ପବିତ୍ର ମାଘ ସପ୍ତମୀ । ଚଳଚଞ୍ଚଳ ଅର୍କ କ୍ଷେତ୍ର କୋଣାର୍କ । ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ମାଘ ବୁଡ଼ ପାଇଁ ଜିଲ୍ଲା ଏବଂ ପୋଲିସ ପ୍ରଶାସନ ବ୍ୟାପକ ବନ୍ଦୋବସ୍ତ କରିଛି । ସେପେଟେ ଆଜିଠୁ ଖଣ୍ଡଗିରିରେ ଆରମ୍ଭ ହୋଇଛି ମହାକୁମ୍ଭ ମେଳା ।

ବଡି ଭୋରରୁ ଚନ୍ଦ୍ରଭାଗାରେ ଭିଡ । ମାଘ ସପ୍ତମୀରେ ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଛୁଟି ଆସିଛନ୍ତି ଚନ୍ଦ୍ରଭାଗା । ବିଶ୍ବାସ ରହିଛି ଚନ୍ଦ୍ରଭାଗା ବୁଡ଼  ପାପ ଧୋଇନିଏ, ଶରୀରକୁ ସୁସ୍ଥ ରଖେ ।  ସୂର୍ଯ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା ସହ ମନ୍ଦିର ଯାଇ ନବଗ୍ରହଙ୍କ ପୂଜାର୍ଚ୍ଚନା କରିଛନ୍ତି ଶ୍ରଦ୍ଧାଳୁ । ମାଘ ମେଳା ପଡିଆରେ  ପଡ଼ିଥିବା ଦୋକାନରୁ କିଣା କିଣି ମଧ୍ୟ କରିଛନ୍ତି । ଚନ୍ଦ୍ରଭାଗା ବୁଡ଼ ପାଇଁ ଭିଡ଼କୁ ନଜରରେ ରଖି ପ୍ରଶାସନ ବ୍ୟାପକ ଆୟୋଜନ କରିଛି ।

ପବିତ୍ର ମାଘ ସପ୍ତମୀ ଅବସରରେ ଆଜିଠାରୁ ଖଣ୍ଡଗିରି ମହାକୁମ୍ଭ ମେଳା ଆରମ୍ଭ । ଶହ ଶହ ସଂଖ୍ୟାରେ ଏକାଠି ହୋଇଛନ୍ତି ସାଧୁ ସନ୍ଥ । ଓଡ଼ିଶା ସମେତ ଉତ୍ତର ଭାରତର କାଶୀ ଓ ବାରାଣାସୀରୁ ବହୁ ସାଧୁ ସନ୍ୟାସୀଙ୍କୁ ଏଠାରେ ଦର୍ଶନ କରିବାର ସୁଯୋଗ ମିଳିବ । ମାଘ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପାହାଡ଼ରେ ଗୁଞ୍ଜରିତ ହେବ ରାମ ଚରିତ ମାନସ ଓ ବିଶ୍ୱଶାନ୍ତି ମହାଯଜ୍ଞର ମନ୍ତ୍ର ଧ୍ବନି । ତପ ସାଧନରେ ବ୍ରତୀ ସାଧୁସନ୍ଥମାନଙ୍କ ଦର୍ଶନ ପାଇଁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିବ।

ରାଜ୍ୟର ବିଭିନ୍ନ ସ୍ଥାନରେ ମାଘ ମେଳା ଚାଲିଛି । ମାଘ ପୂର୍ଣିମା ଯାଏ ବିଭିନ୍ନ ସ୍ଥାନରେ ହୋମଯଜ୍ଞ ଚାଲିବ ।

   Related Posts