Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ବଢିବ ମନ୍ତ୍ରୀ ଅଜୟ ମିଶ୍ରଙ୍କ ଅଡୁଆ, ହତ୍ୟା ମାମଲା ରୁଜୁ କରିବାକୁ କୋର୍ଟରେ ଯାଚିକା ଦାୟର

9/11/2021 at 9:39 PM

ଲକ୍ଷ୍ନୌ ୦୯।୧୧: ଲକ୍ଷ୍ମୀପୁର ଖେରୀର ତିକୁନିଆ ହିଂସା ମାମଲାରେ ବଢିବ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରଙ୍କ ଅଡୁଆ। ମନ୍ତ୍ରୀଙ୍କ ବିରୋଧରେ ହତ୍ୟା ମୋକଦ୍ଦମା ରୁଜୁ କରିବାକକୁ ସିଜେଏମ କୋର୍ଟରେ ଆବେଦନ  ହୋଇଛି। ଆଉ ଏହି ଆବେଦନ କରିଛନ୍ତି ଘଟଣାରେ ମୃତ୍ୟୁ ଘଟିଥିବା ସାମ୍ବାଦିକ ରମଣ କଶ୍ୟପଙ୍କ ଭାଇ ପବନ କଶ୍ୟପ ମଙ୍ଗଳବାର ସିଜେଏମ କୋର୍ଟରେ ୧୫୬(୩) ସିଆରପିସି ଆଧାରରେ କେନ୍ଦ୍ର ଗୃହ ରାଜ୍ୟ ଗୃହ ମନ୍ତ୍ରୀଙ୍କ ସମେତ ୧୪ ଜଣଙ୍କ ବିରୋଧରେ ହତ୍ୟାର ରିପୋର୍ଟ ରୁଜୁ କରିବାକୁ ଦରଖାସ୍ତ କରିଛନ୍ତି। ସିଜେଏମ କୋର୍ଟର ପ୍ରଭାରୀ ମୋନା ସିଂହ ଆବେଦନ ଉପରେ ଶୁଣାଣି କରି ତିକୋନିଆ ପୋଲିକୁ ନଭେମ୍ବର ୧୫ ସୁଦ୍ଧା ରିପୋର୍ଟ ଦେବାକୁ ଆଦେଶ ଦେଇଛନ୍ତି।

ଅକ୍ଟୋବର ୩ରେ ତିକୁନିଆରେ କାର ଚଢାଯାଇ ଚାଷୀଙ୍କ ହତ୍ୟା କରାଯାଇଥିଲା। ଏଥିରେ ଚାରି ଜଣ କୃଷକଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ହିଂସାକାଣ୍ଡର ସୂତ୍ରପାତ ହୋଇଥିଲେ। ଏଥିରେ ତିନି ଜଣ ବିଜେପି କାର୍ଯ୍ୟକର୍ତ୍ତା ଓ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିଲା। ବହୁତ ହଙ୍ଗାମା ପରେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରଙ୍କ ସମେତ ୨୦ ଜଣ ଅଜଣା ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

ଏହି ଘଟଣାରେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ସମେତ ୧୩ ଜଣଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତ ପଠାଇ ଦିଆଯାଇଛି। ଅନ୍ୟପଟେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ମାମଲାରେ ଅନ୍ୟ ଚାରି ଜଣଙ୍କୁ ଗିରଫ କରାଯାଇ ଜେଲ୍‌ ପଠାଇ ଦିଆଯାଇଛି। ହିଂସାରେ ମୃତ୍ୟୁ ଘଟିଥିବା ସାମ୍ବାଦିକ ରମନ କଶ୍ୟପଙ୍କ ଭାଇ ପବନ କଶ୍ୟପ ମଙ୍ଗଳବାର ସିଜେଏମ କୋର୍ଟରେ ଆବେଦନ କରି ମନ୍ତ୍ରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବାକୁ ଆବେଦନ କରିଛନ୍ତି।

   Related Posts