Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଲକ୍ଷ୍ମୀପୁର ହିଂସାକୁ ବିତିଲାଣି ୭୨ ଘଣ୍ଟା, ଗିରଫଦାରୀ ତ ଦୂରର କଥା ପୋଲିସକୁ ଜଣା ନାହିଁ ଅଭିଯୁକ୍ତଙ୍କ ନାମ, ଏମିତି ଚାଲିଛି ତଦନ୍ତ !

6/10/2021 at 4:51 PM

ଲକ୍ଷ୍ନୌ ୦୬।୧୦: ଲକ୍ଷ୍ମୀପୁର ଖେରିରେ ଘଟିଥିବା ଚାଷୀ ମୃତ୍ୟୁ ମାମଲାରେ ଚାରି ଜଣ କୃଷକଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାକୁ ୭୨ ଘଣ୍ଟରୁ ଅଧିକ ସମୟ ବିତି ସାରିଛି। ହେଲେ ଏ ପର୍ଯ୍ୟନ୍ତ କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯିବା ତ ଦୂରର କଥା କୃଷକଙ୍କ ଉପରେ ଗାଡି ଚଢାଇଥିବା ଏବଂ ପୁଣି ଚାରି ଜଣଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୁକ୍ତଙ୍କ ଚିହ୍ନଟ ଏ ପର୍ଯ୍ୟନ୍ତ ପୋଲିସ କରି ପାରିନାହିଁ। ଜଣେ ଅଭିଯୁକ୍ତଙ୍କୁ ଏ ଯାଏ ଜଣା ନାହିଁ ଯେ, ସେମାନଙ୍କ ବିରୋଧରେ କେସ୍ ରୁଜୁ ହୋଇଛି। ଏ ହେଉଛି ଯୋଗୀ ସରକାରଙ୍କ ଶାସନର ପରିଭାଷା। ନିଜ ଦଳର ନେତା ଏବଂ ସମର୍ଥକଙ୍କ ଉପରେ ହାତ ମାରିବାକୁ ସାହାସ କରି ପାରୁନି ଯୋଗୀ ସରକାର। ସେପଟେ ରାଜ୍ୟରେ ଗୁଣ୍ଡାଗର୍ଦ୍ଦି ଉପରେ ବ୍ରେକ୍ ଲଗାଇବାର ଡିଣ୍ଡିମ ପିଟୁଥିବା ଯୋଗୀ ସରକାରଙ୍କ ପୋଲିସ ପ୍ରଶାସନ ଏହି ଘଟଣାରେ ଯେମିତି ମୂକ ବଧିର ପାଲଟି ଯାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଚାରି କୃଷକଙ୍କ ଶବ ବ୍ୟବଚ୍ଛେଦ ଉପରେ ମଧ୍ୟ ପ୍ରଶ୍ନ ଉଠିଥିଲା, ଜଣେ କୃଷକଙ୍କ ମୃତ ଶରୀରକୁ ଦୁଇ ଥର ପୋଷ୍ଟମର୍ଟମ କରିବାକୁ ପଡିଥିଲା। କୌଣସି ପ୍ରକାରେ ପ୍ରଶାସନ କୃଷକ ସଂଗଠନ ଏବଂ ପରିଜନଙ୍କୁ ବୁଝାଇ ଚାରି କୃଷକଙ୍କ ଅନ୍ତିମ ସଂସ୍କାର କରାଇଛି। ହେଲେ ଦୁର୍ଭାଗ୍ୟର  ବିଷୟ ଏ ଯାଏ ଜଣେ ହେଲେ ଅଭିଯୁକ୍ତଙ୍କ ଦେହରେ ଟିପ ମାରି ନାହିଁ ଯୋଗୀ ସରକାରଙ୍କ ପୋଲିସ। ଅଭିଯୁକ୍ତମାନେ ବାହାରେ ନିର୍ବଘ୍ନରେ ବୁଲୁଥିବା ବେଳେ ଓଲଟା ବିରୋଧୀ ଦଳକୁ ପୋଲିସ  ହେପାଜତରେ ରଖିବା ଯୋଗୀ ସରକାରଙ୍କ ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ତିନି ଦିନ ବିତି ସାରିଥିଲେ ମଧ୍ୟ ପୋଲିସର କାର୍ଯ୍ୟାନୁଷ୍ଠାନ ଆଗେଇ ପାରୁ ନାହିଁ। ତଥାପି ଆଇଜି ଲକ୍ଷ୍ନୌ ରେଞ୍ଜ ଲକ୍ଷ୍ମୀ ସିଂହଙ୍କ ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଅଭିଯୁକ୍ତ କରାଯାଇଛି। ସେ ଏହା ମଧ୍ୟ କହିଛନ୍ତି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ମାତ୍ର ଏ ପର୍ଯ୍ୟନ୍ତ ପଚରା ଉଚୁରା ନ ହେବା କାରଣରୁ ବିରୋଧୀଙ୍କ ସହ ପୀଡିତ ପକ୍ଷଙ୍କ ମଧ୍ୟ ଧୈର୍ଯ୍ୟ ହରାଇଲେଣି। ତଦନ୍ତର ଗତି କେଉଁଆଡେ ଯାଉଛି ତାହା ମଧ୍ୟ ଲୋକଙ୍କ ବୁଝିବା ବାହାରେ ରହିଛି।

ସୂଚନାଯୋଗ୍ୟ, ରବିବାର ଲକ୍ଷ୍ମୀପୁର ଖେରିରେ ପ୍ରଦର୍ଶନ କରୁଥିବା କୃଷକଙ୍କ ଉପରେ ଗାଡି ଚଢାଇବାର ଭିଡିଓ ସାମ୍ନାକୁ ଆସିଛି। ଦାବି କରାଯାଇଛି ଯେ, ଗାଡି ଟେନିଙ୍କ ପୁଅ ଆଶିଷ ମିଶ୍ର ଚଲାଉଥିଲେ। କିନ୍ତୁ ଟେନି ଏବଂ ଆଶିଷ ମିଶ୍ର ଉଭୟ ଏହି କଥାକୁ ଖଣ୍ଡନ କରିଛନ୍ତି। ଟେନି ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ପୁଅଙ୍କ ଘଟଣାସ୍ଥଳରେ ଉପସ୍ଥିତ ଥିବା ପ୍ରମାଣ ଯଦି କିଏ ଦେଇ ଦେବ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ। ଏପରିକି ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ଘଟଣାର ତିନି ଦିନ ପରେ ମଧ୍ୟ ନିଜ ଉପରେ ହୋଇଥିବା ଏଫଆଇଆରର ସୂଚନା ନାହିଁ।

ଲକ୍ଷ୍ମୀପୁର ଖେରି ହିଂସାରେ ଜଡିତ ଅଲଗା ଅଲଗା ୧୦ ଭିଡିଓ ଏ ପର୍ଯ୍ୟନ୍ତ ସାମ୍ନାକୁ ଆସି ସାରିଛି। ଏଥିରେ କୃଷକଙ୍କ ଉପରେ ଗାଡି ଚଢାଯିବାର ଭିଡିଓ, ଗାଡିରୁ ବାହାରି ଫେରାର ହେଉଥିବା ବ୍ୟକ୍ତିଙ୍କ ଭିଡିଓ ସାମିଲ୍ ରହିଛି। ଗାଡିରୁ ବାହାରି କୃଷକଙ୍କ କବଳରୁ ବଞ୍ଚି ପଳାଉଥିବା ବ୍ୟକ୍ତି ଜଣଙ୍କ  ହେଉଛନ୍ତି ସୁମିତ୍। ସେ କହିଛନ୍ତି, ତାଙ୍କ ଗାଡି ଉପରେ ପଥରମାଡ ହେଉଥିଲା, ଯେଉଁ କାରଣରୁ ଗାଡି ନିୟନ୍ତ୍ରଣ ହରାଇଥିଲା ଏବଂ ଏହି ସମୟରେ ହିଁ ଦୁର୍ଘଟଣା ଘଟିଛି।

   Related Posts