Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ସାରାରାତି ଲୁଚକାଳି ଖେଳୁଥିଲେ ପ୍ରିୟଙ୍କା ଗାନ୍ଧୀ, ହରଗାଓଁରେ ପରିଜନକୁ ଭେଟିବାକୁ ଯିବାବେଳେ ଅଟକ

4/10/2021 at 9:01 AM

ଲକ୍ଷ୍ନୌ ୦୪/୧୦: ଗତକାଲି କୃଷକ-ବିରୋଧୀ ଆଇନ ପ୍ରତିବାଦ ପ୍ରଦର୍ଶନ ସମୟରେ ହିଂସାକାଣ୍ଡରେ ମୃତ୍ୟୁବରଣ କରିଥିବା କୃଷକମାନଙ୍କ ପରିବାରବର୍ଗଙ୍କୁ ଭେଟିବା ଉଦ୍ଦେଶ୍ୟରେ ଯାଉଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଆଜି ବଡ଼ି ସକାଳୁ ଉତ୍ତର ପ୍ରଦେଶ ପୋଲିସ ଅଟକ ରଖିଛି । ଉଲ୍ଲେଖଯୋଗ୍ୟ, ଉତ୍ତର ପ୍ରଦେଶ ପୋଲିସଦ୍ୱାରା ଗୃହବନ୍ଦିନୀ ଥିବା ଲକ୍ଷ୍ନୌ କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୃହବନ୍ଦୀ ଆଦେଶ ଅମାନ୍ୟ କରି ରବିବାର ରାତିରେ ଲକ୍ଷ୍ନୌରୁ ଲକ୍ଷ୍ମୀପୁର ଖେରି ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ।

କିନ୍ତୁ, ପ୍ରାୟ ୫ ଘଣ୍ଟା ଅନୁଧାବନ କରିବା ପରେ ଭୋର୍‌ ପ୍ରାୟ ୫.୩୦ରେ ଉତ୍ତର ପ୍ରଦେଶ ପୁଲିସ ତାଙ୍କୁ ହରଗାଓଁ ଥାନା ଅଞ୍ଚଳରେ ଅଟକ ରଖିଛି । ତାଙ୍କୁ ସୀତାପୁର ଜିଲ୍ଲାରେ ଥିବା ଗୋଟାଏ ‘ଗେଷ୍ଟ୍‍ ହାଉସ୍‌’କୁ ନିଆଯାଇଛି । ତାଙ୍କ ପ୍ରତି ସମର୍ଥନ ପ୍ରଦର୍ଶନ କରିବା ଲାଗି ସେଠାରେ ପହଞ୍ଚିବା ପାଇଁ ଉତ୍ତର ପ୍ରଦେଶ କଂଗ୍ରେସ ଟୁଇଟ୍‌ କରି ଜନସାଧାରଣଙ୍କୁ ନିବେଦନ କରିଛି ।

ଦଳେ ପ୍ରତିବାଦରତ କୃଷକ ଏବଂ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ‘କନ୍‌ଭଏ’ ସହ ମାରାତ୍ମକ ସଂଘର୍ଷ ଘଟିବା ପରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ସୋମବାର ଦିନ ପ୍ରଭାବିତ ପରିବାରବର୍ଗଙ୍କୁ ଟିକୁନିଆରେ ଭେଟିଥାଆନ୍ତେ । କିନ୍ତୁ, ତାଙ୍କୁ ଲକ୍ଷ୍ନୌରୁ ବାହାରକୁ ନ ଛାଡ଼ିବା ପାଇଁ ଗୃହବନ୍ଦିନୀ କରାଯାଇଥିଲା । ମାତ୍ର ସେ ଘରୁ ବାହାରି ଚାଲି ଚାଲି କିଛି ବାଟ ଯିବା ପରେ ଗୋଟାଏ କାର୍‌ରେ ଚଢ଼ି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ।

ଉତ୍ତର ପ୍ରଦେଶ କଂଗ୍ରେସ କହିବା ଅନୁସାରେ, ଲକ୍ଷ୍ନୌରୁ ଲକ୍ଷ୍ମୀପୁର ଖେରି ଯିବା ପଥରେ ଥିବା ‘ଟୋଲ୍‌ ପ୍ଲାଜା’ଗୁଡ଼ିକରେ ମୁତୟନ ହୋଇଥିବା ବହୁସଂଖ୍ୟକ ପୁଲିସ ରାସ୍ତାରେ ଟ୍ରକ ଠିଆ କରାଇ କଂଗ୍ରେସ କର୍ମୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅଟକାଇଛନ୍ତି।

   Related Posts