Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଲହୁଲୁହାଣ ଲକ୍ଷ୍ମୀପୁର ଖିରି: ୪ କୃଷକଙ୍କ ସହ ଗାଡିରେ ଥିବା ୪ ଜଣଙ୍କ ମୃତ୍ୟୁ, ଇଣ୍ଟରସେବା ବ୍ୟାନ୍

3/10/2021 at 10:20 PM

ଲକ୍ଷ୍ମୀପୁର ଖିରି ୦୩।୧୦: ଲକ୍ଷ୍ମୀପୁର ଖିରିରେ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଗସ୍ତକୁ ନେଇ କୃଷକଙ୍କ ବିରୋଧ ପ୍ରଦର୍ଶନ ସମୟରେ ରବିବାର ଘଟିଥିବା ଦୁର୍ଘଟଣାରେ ଆଠ ଜଣଙ୍କ ମୃତ୍ୟୁ ଘଟିଛି। ଦୁଇଟି ଏସୟୁଭି ଗାଡି ପ୍ରଦର୍ଶନକାରୀ କୃଷକଙ୍କ ଉପରେ ଚଢି ଯିବାରୁ ଉତ୍ତେଜନାକାରୀ କୃଷକ ଦୁଇ ଗାଡିରେ ନିଆଁ ଲଗାଇ ଦେଇଛନ୍ତି। କୁହାଯାଉଛି ଉଭୟ ପକ୍ଷରୁ ଚାରି ଚାରି ଜଣଙ୍କ ମୃତ୍ୟୁ ଘଟିଛି। ଗାଡି ଚଢିଯିବାରୁ ଚାରି କୃଷକଙ୍କ ମୃତ୍ୟୁ ଘଟିଥିବା ବେଳେ ଗାଡିରେ ଥିବା ଚାରି ଜଣଙ୍କୁ ପ୍ରଦର୍ଶନକାରୀ ପିଟି ପିଟି ମାରି ଦେଇଛନ୍ତି। ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ମୀପୁର ଖିରିରେ ଇଣ୍ଟରନେଟ୍ ସେବା ବନ୍ଦ କରିବାକୁ ଆଦେଶ ଦେଇଛନ୍ତି।

ଲକ୍ଷ୍ମୀପୁର-ଖିରିର ତିକୋନିଆ-ବନବୀରପୁର ରାସ୍ତାରେ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଗସ୍ତ ବିରୋଧରେ କୃଷକ ସଂଗଠନ ବିରୋଧ ପ୍ରଦର୍ଶନ କରୁଥିଲେ। ଏହି ସମୟରେ ଦୁଇଟି ଏସୟୁଭି କୃଷକଙ୍କ ଉପରେ ଚଢି ଯାଇଥିଲା। ଏହା ପରେ ଉତ୍ତେଜିତ ପ୍ରଦର୍ଶନକାରୀ ଦୁଇ ଗାଡିରେ ନିଆଁ ଲଗାଇ ଦେଇଛନ୍ତି। କୃଷକଙ୍କ ମାଡରେ ଚାରି ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଗାଡିରେ ଥିବା ମନ୍ତ୍ରୀଙ୍କ ପୁଅ କୌଣସି ପ୍ରକାରେ ଗାଡିରୁ ଖସି ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି।

ଲକ୍ଷ୍ନୌରୁ କମିଶନର ଏବଂ ଆଇଜି ରେଞ୍ଜ ଘଟଣାସ୍ଥଳରେ ପହଞ୍ଚି ସାରିଛନ୍ତି। କୃଷକ ନେତା ରାକେଶ ଟିକାୟତ ଦିଲ୍ଲୀରୁ ଆସୁଥିବା ଖବର ପରେ କୃଷକମାନେ ଇଣ୍ଟର କଲେଜରେ ମୃତକ କୃଷକଙ୍କ ଶବ ରଖି ଧାରଣା ଦେବା ଆରମ୍ଭ କରି ଦେଇଛନ୍ତି। ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏବେ ସବୁ ବିରାେଧୀ ଦଳଙ୍କ ଟାର୍ଗେଟ୍‌ରେ ବିଜେପି। ଉତ୍ତର ପ୍ରଦେଶ ସରକାର ଏହି ଘଟଣାରେ ବ୍ୟାକଫୁଟ୍‌ରେ ରହିଛନ୍ତି।

   Related Posts