ଲାଠିକଟାରୁ ନିଖୋଜ ନାବାଳିକା ରାଜସ୍ଥାନରୁ ଉଦ୍ଧାର ଘଟଣା: ପୋଲିସର ଅବହେଳା ନେଇ ରାଉରକେଲା ଏସପିଙ୍କୁ ରିପୋର୍ଟ ମାଗଲେ ଡିଆଇଜି

Published By : Prameya-News7 Bureau | February 08, 2019 IST

ରାଉରକେଲା ୮|୨: ରାଉରକେଲାରୁ ନିଖୋଜ ନାବାଳିକା ରାଜସ୍ଥାନରୁ ଉଦ୍ଧାର । ୨ ବର୍ଷ ତଳେ ସୁନ୍ଦରଗଡ଼ ଲାଠିକଟା ଅଞ୍ଚଳରୁ ନିଖୋଜ ହୋଇଯାଇଥିବା ନାବାଳିକାଙ୍କୁ ରାଜସ୍ଥାନରୁ ଉଦ୍ଧାର କରିଛି ଦିଲ୍ଲୀ ମହିଳା ଆୟୋଗ। ତେବେ ଜୀବନ ପ୍ରତି ବିପଦ ରହିଥିବାରୁ ନାବାଳିକା ଏବଂ ତାଙ୍କ ବାପା ଘରକୁ ଫେରିବା ପାଇଁ ଭୟ କରୁଛନ୍ତି । ଉଭୟ ଏବେ ଦିଲ୍ଲୀ ମହିଳା ଆୟୋଗ ହେପାଜତରେ ରହିଛନ୍ତି । ଏହି ଘଟଣାରେ ରାଜ୍ୟ ସରକାର ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ କହିଛନ୍ତି ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ବାତୀ ମାଲିୱାଲ।…    

{"id":83314}

ଓଡ଼ିଶା ପୋଲିସ ପାରିଲାନି, ପାରିଲା ଦିଲ୍ଲୀ ମହିଳା ଆୟୋଗ । ଦୁଇ ବର୍ଷ ପରେ ରାଉରକେଲାରୁ ନିଖୋଜ ନାବାଳିକା ଉଦ୍ଧାର ହେଲେ ରାଜସ୍ଥାନର ଝୁନଝୁନୁରୁ । ଖୋଦ୍ ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ବାତୀ ମାଲିୱାଲଙ୍କ ନେତୃତ୍ବରେ ତିନୋଟି ଟିମ୍ ରାଜସ୍ଥାନ ଯାଇ ଗତ ୫ ତାରିଖରେ ନାବାଳିକାଙ୍କୁ ଉଦ୍ଧାର କରିଛନ୍ତି । ଯୌନ ଶୋଷଣର ଶିକାର ହୋଇ ନାବାଳିକା ଜଣଙ୍କ ୯ ମାସର ଗର୍ଭବତୀ ଅଛନ୍ତି । ୪ ଲକ୍ଷ ଟଙ୍କାରେ ନାବାଳିକାଙ୍କୁ ଜଣେ ସମ୍ପର୍କୀୟ କିଶନ ଅଗ୍ରୱାଲ ନାମକ ବ୍ୟକ୍ତିଙ୍କୁ ବିକ୍ରି କରିଦେଇଥିଲେ। ରାଜସ୍ଥାନରୁ ଉଦ୍ଧାର ପାଇଥିବା ନାବାଳିକା ଏବଂ ତାଙ୍କ ବାପା ଏବେ ଦିଲ୍ଲୀ ମହିଳା ଆୟୋଗଙ୍କ ହେପାଜତରେ ରହିଛନ୍ତି । ସେପଟେ ଓଡ଼ିଶା ପୋଲିସର କାର୍ଯ୍ୟକୁ ଭତ୍ସନା କରିଛନ୍ତି ଦିଲ୍ଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ।…

{"id":83315}

ଲାଠିକଟା ପୋଲିସ ବିରୋଧରେ ଜଘନ୍ୟ ଅଭିଯୋଗ ଆଣିଛନ୍ତି ନାବାଳିକାଙ୍କ ବାପା। ୨ ବର୍ଷ ତଳୁ ତାଙ୍କ ଝିଅ ନିଖୋଜ ହୋଇଯାଇଥିଲେ । ଏନେଇ ସେ ଲାଠିକଟା ଥାନାରେ ଜଣାଇଥିଲେ, ହେଲେ ପୋଲିସ ଝିଅକୁ ଉଦ୍ଧାର କରିବା ଦୂରେ ଥାଉ ବରଂ ବାପାଙ୍କ ନକଲି ଦସ୍ତଖତ କରି ନାବାଳିକାଙ୍କୁ ସାବାଳିକା ଦର୍ଶାଇ ମାମଲା ବନ୍ଦ କରି ଦେଇଥିଲା ।

{"id":83319}

ପୋଲିସଠାରୁ ବଳ ପାଇ ଅଭିଯୁକ୍ତମାନେ ତାଙ୍କୁ ହତ୍ୟା ଧମକ ଦେଉଛନ୍ତି, ସୁରକ୍ଷା ନମିଳିବା ପର୍ଯ୍ୟନ୍ତ ସେମାନେ ଘରକୁ ଫେରିବେ ନାହିଁ ବୋଲି କହିଛନ୍ତି ପୀଡ଼ିତାଙ୍କ ବାପା । ସେହିପରି ଜିଲ୍ଲା ଚାଇଲ୍ଟ ୱେଲଫେୟାର କମିଟିର କାର୍ଯ୍ୟଧାରାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ସିଡବ୍ଲୁସି ଅଧ୍ୟକ୍ଷା ।… ସେପଟେ ଏହି ଅଭିଯୋଗ ନେଇ ରାଉରକେଲା ଏସପିଙ୍କୁ ରିପୋର୍ଟ ମାଗିଛନ୍ତି ଡିଆଇଜି । ଯଦି ଅଭିଯୋଗ ସତ ହୁଏ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଆଜି ପ୍ରତିଶ୍ରୁତି ଦେଇଛନ୍ତି।…

{"id":83316}

ନାବାଳିକାର ବାପାଙ୍କଠାରୁ ଅଭିଯୋଗ ଶୁଣିବା ମାତ୍ରେ ମାନବିକତା ଦୃଷ୍ଟିରୁ ପଦକ୍ଷେପ ନେଲା  ଦିଲ୍ଲୀ  ମହିଳା ଆୟୋଗ, ହେଲେ ସ୍ଥାନୀୟ ପୋଲିସ କାହିଁକି ପଦକ୍ଷେପ ନେଉନଥିଲା। ପୀଡ଼ିତାଙ୍କ ଥଇଥାନ ସହ ଦୋଷୀ ଓ ଅଭିଯୁକ୍ତ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି ।…

{"id":83317}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.