୧୦ ଲକ୍ଷ ଟଙ୍କାର ସୁନା ଗହଣା ସହ ନଗଦ ୩୦ ହଜାରରୁ ଉର୍ଦ୍ଧ ଟଙ୍କା ଚୋରି : ନାଲକୋ ପୋଲିସର ତଦନ୍ତ ଆରମ୍ଭ
4/11/2019 at 12:40 PM

ଅନୁଗୁଳ ୪/୧୧: ଅନୁଗୁଳ ସିପିପି ଛକ ନିକଟରେ ଏକ ବଡ଼ ଧରଣର ଚୋରୀ ହୋଇଛି। ଘରର ଗ୍ରୀଲ ତାଡି ୧୦ ଲକ୍ଷ ଟଙ୍କାର ସୁନା ଗହଣା ସହ ନଗଦ ୩୦ ହଜାରରୁ ଉର୍ଦ୍ଧ ଟଙ୍କା ଚୋରି ହୋଇଛି। ଘର ମାଲିକ ବରଦା ପ୍ରସନ୍ନ ପଟ୍ଟନାୟକ ଏବଂ ତାଙ୍କ ବାପା ବିଧୁ ଭୂଷଣ ପଟ୍ଟନାୟକଙ୍କୁ ବାନ୍ଧି ବନ୍ଧୁକ ଦେଖାଇ ୫ରୁ ୬ଜଣ ଦୁର୍ବୃତ୍ତ ଧନ ସମ୍ପତ୍ତି ଲୁଟିନେଇଛନ୍ତି।

ଗତ ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ବରଦା ନାଲକୋ ଥାନାରେ ଅଭିଯୋଗ କରିବା ପରେ ନାଲକୋ ଥାନା ଅଧିକାରିଣୀ ସରୋଜିନୀ ସାମାଡ଼ ଡଗ ସ୍କ୍ବାଡ଼ ଆଉ ସାଇଣ୍ଟିଫିକ ଟିମ ନେଇ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଏହି ଅଞ୍ଚଳରେ ବାରମ୍ବାର ଏଭଳି ଘଟଣା ଘଟୁ ଥିବାରୁ ଚୋରମାନେ ସକ୍ରିୟ ହୋଇଯାଉଛନ୍ତି ଏବଂ ଏହାକୁ ନେଇ ଭୟରେ ଅଛନ୍ତି ଅଞ୍ଚଳ ବାସୀ।