ଡ୍ରଗ୍ କଣ୍ଟ୍ରୋଲର ପରିଚୟ ଦେଇ ଲକ୍ଷାଧିକ ଟଙ୍କାର ଠକେଇ ଅଭିଯୋଗ

Published By : Prameya-News7 Bureau | November 16, 2019 IST

ଉମରେକୋଟ ୧୬।୧୧: ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ସ୍ଥିତ ନିରାମୟା ହୋମିଓ କ୍ଲିନିକ୍ ରେ ପଶି ନିଜକୁ ଡ୍ରଗ୍ କଣ୍ଟ୍ରୋଲର ପରିଚୟ ଦେଇ ଧମକ ଚମକ ଏକଲକ୍ଷ ଟଙ୍କା ଠକି ନେଇଥିବା ଆଭିଯୋଗ ହୋଇଛି । ଠକେଇ ଅଭିଯୋଗ ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ଡାକ୍ତର ପଂଚାନନ ମିଶ୍ର ।

{"id":184909,"sizeSlug":"large"}

ସୂଚନାଯୋଗ୍ୟ ଯେ, ଉମରକୋଟ ଅନ୍ତର୍ଗତ କୋଣ୍ଡାଗାଁ ରୋଡ ପାର୍ଶ୍ବରେ ଥିବା ଏହି କ୍ଲିନିକ ରେ ଗତକାଲି ଜଣେ ବ୍ୟକ୍ତି ଆସି ନିଜକୁ ଭୁବନେଶ୍ବର ର ଡ୍ରଗ୍ କଣ୍ଟ୍ରୋଲର ଭାବେ ପରିଚୟ ଦେଇଥିଲେ ,  କ୍ଲିନିକ କବାଟ ବନ୍ଦ କରି ବିଭିନ୍ନ ପ୍ରକାର ଧମକ ଚମକ ଦେଇ ଏକ ଲକ୍ଷ ଟଙ୍କା ଛଡେଇ ନେଇଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପଂଚାନନ ମିଶ୍ର । ଘରେ କେହି ନ ଥିବାବେଳେ ଏଭଳି ଜଣେ ବ୍ୟକ୍ତି ହଠାତ୍ ପଶି ଆସି କବାଟ ବନ୍ଦ କରିବାରୁ ଡାକ୍ତର ମିଶ୍ର ଭୟଭୀତ ଥିବା କହିଛନ୍ତି । କ୍ଲିନିକରେ ଲାଗିଥିବା ସିସିଟିଭି କ୍ୟାମେରାରେ ସମସ୍ତ  ଘଟଣା ରେକର୍ଡ ହୋଇଛି ।  ଅଭିଯୁକ୍ତଙ୍କୁ ଡ୍ରଗ କଣ୍ଟ୍ରୋଲରକୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.