Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

କରୋନା ଲଢେଇରେ ହାରିଗଲେ ଯୁବ ଅଫିସର ଟି.ଲୋକେଶ୍ବର, ୩୦ ବର୍ଷ ବୟସରେ ଚାଲିଗଲା ଜୀବନ

12/05/2021 at 11:10 AM

ଖଲ୍ଲିକୋଟ ୧୨।୦୫: ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। କୋଭିଡ଼ର ୨ୟ ଲହରୀରେ ପ୍ରତିଦିନ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସା ସମୟରେ ମୃତ୍ୟୁ ଘଡୁଛି । ବିଶେଷ କରି ଏବେ ଯୁବପିଢୀମାନେ ଅଧିକ ସଂକ୍ରମିତ ହେଉଛନ୍ତି। ଏହିପରିପେକ୍ଷୀରେ ଆଉ ଜଣେ କରୋନା ଯୋଦ୍ଧାଙ୍କର ମୃତ୍ୟୁ ହୋଇଛି।

ଖବର ଅନୁଯାୟୀ,  ଛତ୍ରପୁର ପୂର୍ତ୍ତ ବିଭାଗର ସହକାରୀ ନିର୍ବ।ହୀ ଯନ୍ତ୍ରୀ  ଟି.ଲୋକେଶ୍ବର କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ମେଡ଼ିକାଲରେ ଚିକିତ୍ସା ଚାଲିଥିଲା । କିନ୍ତୁ ମଙ୍ଗଳବାର ଦି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ଲୋକେଶ୍ବର କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ପ୍ରଥମେ ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେଉଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ମେଡିକାଲକୁ ସ୍ଥାନାରିତ କରାଯାଇଥିଲା। ତେବେ ଡାକ୍ତାରଙ୍କ ଅକ୍ଲାନ୍ତ ପରିଶ୍ରମ ପରେ କରୋନା ଲଢେଇରେ ଲୋକେଶ୍ବର ହାରିଯାଇଛନ୍ତି ।   

ସୂଚନାଯୋଗ୍ୟ ଯେ, ଲୋକେଶ୍ବର ଖୁବ କମ ସମୟ ଭିତରେ ନିଜର କାର୍ଯ୍ୟଶୈଳି ପାଇଁ  ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଶଂସିତ ହୋଇଥିଲେ। ତାଙ୍କ ଦେହାନ୍ତରେ ଜିଲାପ୍ରଶାସନ ପକ୍ଷରୁ ଦୁଖ ପ୍ରକାଶ କରିବା ସହ ତାଙ୍କ ଆତ୍ମାର ସଦଗତି କାମନା କରାଯାଇଛି। ବିଳମ୍ବିତ ରାତିରେ ଛତ୍ରପୁର ଶ୍ମଶାନରେ ଲୋକେଶ୍ବରଙ୍କ  ପରିବାର ଉପସ୍ଥିତିରେ ଶବ ଦାହ କରାଯାଇଛି। ଗଞ୍ଜାମ  ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଡିଆରଡିଏ ପିଡି ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ।

ଲୋକେଶ୍ବରଙ୍କ  ଘର ପାରଳାଖେମୁଣ୍ଡି ଅଞ୍ଚଳର,  ମାତ୍ର ୩୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ସେ ଘରର ବଡପୁଅ ଏବଂ ବିବାହ କରିନଥିବା ଜଣାପଡିଛି। ପାରଳା ମହାରାଜା କୋଭିଡ କେୟର ସେଣ୍ଟର ସ୍ଥାପନରେ ଲୋକେଶଙ୍କ ଭୁମିକା ଅତ୍ୟ ଗୁରୁତ୍ବପୂର୍ଣ୍ଣ ରହିଥିବା ଜିଲ୍ଲାପାଳ ପ୍ରକାଶ କରିଛି।ତେଣୁ ଗଞ୍ଜାମ ଜିଲ୍ଲା ପୁଣି ଏକ ଯୋଦ୍ଧାକୁ ହରାଇଲା ବୋଲି କହିଥିଲେ।  

   Related Posts