Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଭୁବନରେ ନିର୍ମାଣ ହେବ ସଂସ୍କୃତି ଭବନ, ଭୂମି ପୂଜନ କଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

9/06/2021 at 3:24 PM

ଭୁବନ ୯।୬: କଳା କ୍ଷେତ୍ରରେ ଢେଙ୍କାନାଳ ଜିଲ୍ଲା ଭୁବନ ମାଟିର ସ୍ବତନ୍ତ୍ର ପରିଚୟ ରହିଛି ।  ଏହି ମାଟିରେ ଜନ୍ମହୋଇ ବହୁ କଳାକାର ପାଲା, ଯାତ୍ରା, ଟେଲିଭିଜନ ଓ ଚଳଚ୍ଚିତ୍ର ଜଗତରେ କାମ କରି  ଭୁବନକୁ ଗୌରବାନ୍ବିତ କରିଛନ୍ତି । ତେବେ ଏହି ମାଟିରେ କଳାର ଉନ୍ନତି ଆଣିବା ଓ ନୂତନ କଳାକାର ସୃଷ୍ଟି ପାଇଁ ବିଧାୟକ ତଥା ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ସଂସ୍କୃତି ଭବନ ନିର୍ମାଣ ପାଇଁ ଭୂମି ପୂଜନ କରିଛନ୍ତି ।

ତାଙ୍କ ଆଞ୍ଚଳିକ ବିକାଶ ପାଣ୍ଠିରୁ ୧୭ ଲକ୍ଷ ଟଙ୍କା ବ୍ୟୟରେ ସଂସ୍କୃତି ଭବନ ନିର୍ମାଣ ପାଇଁ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ  ଅଞ୍ଚଳର ବହୁ କଳାକାର, ବୁଦ୍ଧିଜୀବୀ ଉପସ୍ଥିତ ରହି କାର୍ଯ୍ୟରେ ସହଯୋଗ କରିଛନ୍ତି ।

   Related Posts