ଲାହୋର ହାଇକୋର୍ଟରେ ମୁଶର୍ରଫଙ୍କ ପିଟିସନ ଖାରଜ, ଜାଣନ୍ତୁ ଏବେ କ'ଣ ହେବ?

Published By : Prameya-News7 Bureau | December 28, 2019 IST

ଲାହୋର ୨୮।୧୨:  ଉଚ୍ଚ ରାଜଦ୍ରୋହ ମାମଲାରେ ସ୍ୱତନ୍ତ୍ରକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ପୂର୍ବତନ ପାକ୍ ସେନା ଶାସକ ଜେନେରାଲ ପରଭେଜ ମୁଶର୍ରଫଙ୍କ ପିଟିସନ ଶନିବାର ଲାହୋର ହାଇକୋର୍ଟରେ ଖାରଜ ହୋଇଯାଇଛି।  ଦେଶରେ ଶୀତ ଅବକାଶ ଆରମ୍ଭ ହୋଇଯାଇଥିବାରୁ ଆବେଦନର ଶୁଣାଣି ଲାଗି ପୂର୍ଣ୍ଣ ବେଞ୍ଚ ଉପଲବ୍ଧ କରାଇବା ସମ୍ଭବ ନୁହେଁ କହି ହାଇକୋର୍ଟ ରେଜିଷ୍ଟ୍ରାର କାର୍ଯ୍ୟାଳୟ ଅଗ୍ରାହ୍ୟ କରିଦେଇଥିବା ଜଣାପଡିଛି।

{"id":203892,"width":577,"height":334,"sizeSlug":"large"}

ଖ୍ୱାଜା ଅହମ୍ମଦ ତାରିକ ରହୀମ ଓ ଅଜହର ସିଦ୍ଦିକୀଙ୍କ ଏକ ଦୁଇ ସଦସୀୟ ଲିଗାଲ ପ୍ୟାନେଲ ସ୍ୱତନ୍ତ୍ର କୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ଶୁକ୍ରବାର ଲାହୋର ହାଇକୋର୍ଟରେ ଆବେଦନ କରିଥିଲେ। ଏଥିରେ ରାଜଦ୍ରୋହ ଅଭିଯୋଗରୁ ଆରମ୍ଭ ହେଉଥିବା ସମସ୍ତ କାର୍ଯ୍ୟ, ସ୍ୱତନ୍ତ୍ର ଟ୍ରାୟଲ କୋର୍ଟଙ୍କ ସ୍ଥାପନା ଓ ତାଙ୍କର କାର୍ଯ୍ୟପ୍ରଣାଳୀକୁ ଦୁଇ ସଦସୀୟ ଲିଗାଲ ପ୍ୟାନେଲ ଚାଲେଞ୍ଜ କରିଥିଲେ।

{"id":203893,"width":578,"height":324,"sizeSlug":"large"}

ତେବେ ଲାହୋର ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ସର୍ଦ୍ଦାର ମହମ୍ମଦ ଶମୀମ ଖାନଙ୍କ ୩ ବିଚାରପତିଙ୍କ ପୂର୍ଣ୍ଣ ପୀଠ ଜାନୁୟାରୀ ୯ ତାରିଖରେ ମୂଳ ଆବେଦନ ଦେଖିବାର ଅଛି। ହେଲେ ଶୀତ ଅବକାଶ ଯୋଗୁ ଗତକାଲି ହାଇକୋର୍ଟଙ୍କ ରେଜିଷ୍ଟ୍ରାର ପୂର୍ଣ୍ଣପୀଠ ନଥିବା ଦର୍ଶାଇ ଆବେଦନ ଫେରସ୍ତ କରିଦେଇଥିଲେ। ଯାହାବି ହେଉ ଜାନୁୟାରୀ ପ୍ରଥମ ସପ୍ତାହରେ ପୁଣି ଥରେ ପିଟିସନ ଫାଇଲ କରାଯିବ ବୋଲି କହିଛନ୍ତି ସିଦ୍ଦିକି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.