ନୂଆଖାଇ ପାଇଁ ହେଲା ଲଗ୍ନ ନିର୍ଧାରଣ

Published By : Prameya-News7 Bureau | September 03, 2018 IST

ସମ୍ବଲପୁର ୩/୯ : ଆସନ୍ତା ଭାଦ୍ରବ ଶୁକ୍ଳ ପଞ୍ଚମୀ, ସେପ୍ଟେମ୍ବର ୧୪ ତାରିଖ ଦିନ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ | ସେଥିପାଇଁ ଆଜି ଲଗ୍ନ ନିର୍ଧାରଣ ହୋଇଛି | ସମ୍ବଲପୁରର ବ୍ରହ୍ମପୁରା ଜଗନ୍ନାଥ ମନ୍ଦିର ଠାରେ ବ୍ରହ୍ମ ମଣ୍ଡପ ପଣ୍ଡିତ ମହାସଭା ଏହି ଲଗ୍ନ ନିର୍ଣ୍ଣୟ କରିଛନ୍ତି | ୧୪ ତାରିଖ ଦିନ ସକାଳ ୮.୧୦ ରୁ ୮.୪୦ ମଧ୍ୟରେ ମା ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି ହେବ | ସେହି ଅନୁସାରେ ଏହି ସମୟରେ ସମସ୍ତେ ନବାନ୍ନ ଖାଇପାରିବେ | ସୂଚନାଯୋଗ୍ୟ ଯେ, ପଶ୍ଚିମ ଓଡିଶାର ୧୦ ଜିଲ୍ଲାର ପ୍ରାୟ ୨ କୋଟି ଲୋକ ଏକ ସମୟରେ ନବାନ୍ନ ଖାଇବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.