ଗରିବ ରତନୀଙ୍କ ଅସହ୍ୟ ଯନ୍ତ୍ରଣା – ଅର୍ଥ ଅଭାବରୁ ହୋଇ ପାରୁନି ଦୁଇ ଗଡ ହୋଇ ଭାଙ୍ଗିଥିବା ହାତ

Published By : Prameya-News7 Bureau | November 28, 2019 IST

ଜୟପୁର ୨୮।୧୧-  ଗରିବ ଅସହାୟଙ୍କ ପାଇଁ କେତେ କଣ ଯେ।ଜନା । କିନ୍ତୁ ସେଥିରୁ କାଣିଚାଏ ବି ପାଇନାହାନ୍ତି ଜୟପୁର ଜୟନଗରର ଜଣେ ମହିଳା । ପାଖରେ ୨୦ହଜାର ଟଙ୍କା ନଥିବାରୁ ବର୍ଷେ ହେଲା ଭଙ୍ଗା ହାତ ଧରି ବୁଲୁଛନ୍ତି । ଚିକିତ୍ସା ପାଇଁ ଯନ୍ତ୍ରଣାକୁ ଦେହରେ ମାରି ଘର ଘର ବୁଲି ଭିକ ମାଗୁଛନ୍ତି । 

{"id":191190,"sizeSlug":"large"}

ଦୁର୍ଘଟଣାରେ ହାତ ଭାଙ୍ଗି ଗଲା । ଡାକ୍ତର କହିଲେ ଚିକିତ୍ସା ପାଇଁ ୨୦ ହଜାର ଖର୍ଚ୍ଚ ହେବ । ଅଣ୍ଟିରେ ପଇସା ନଥିବାରୁ ଡାକ୍ତରଖାନାରୁ ଫେରି ଆସିଲେ । କିନ୍ତୁ ଯନ୍ତ୍ରଣା ବଢି ବଢି ଚାଲିଛି । ଭଙ୍ଗା ହାତକୁ ଧରି ଭିକ୍ଷାବୃତ୍ତିକୁ ଆପଣାଇ ନେଇଛନ୍ତି ଜୟପୁର ଜୟନଗରର ରତନୀ ଗାଦବା।ବର୍ଷ ତଳେ ଏକ ଦୁର୍ଘଟଣାରେ ରତନୀଙ୍କ ହାତ ଭାଙ୍ଗି ଯାଇଥିଲା । ବାମ ହାତ ଖଂଜା ତଳକୁ ଦୁଇ ଗଡି ହୋଇ ଯାଇଛି । କିନ୍ତୁ ଅର୍ଥ ଅଭାବରୁ ଯନ୍ତ୍ରଣାକୁ ପିଇ ଚାଲିଛନ୍ତି ରତନୀ । ରାସନ କାର୍ଡ ୨ ହଜାର ଟଙ୍କାରେ ବନ୍ଧା ପକାଇ ଦେଶୀ ଚିକିତ୍ସା କରିଥିଲେ । ହେଲେ ଏଥିରୁ କିଛି ସୁଫଳ ମିଳିଲାନି । ଆଉ ପାଖରେ ଏତେ ଟଙ୍କା ନଥିବାରୁ ବାଧ୍ୟ ହେ।ଇ ଭିକ ମାଗୁଛନ୍ତି ଏହି ଅସହାୟ ମହିଳା ।

{"id":191191,"sizeSlug":"large"}

ଜୟପୁର ଜୟନଗରରେ ଦୁଇ ପୁଅ ଓ ବୋହୂକୁ ନେଇ ରତନୀଙ୍କ ସଂସାର। ଗୋଟିଏ ପୁଅ କିଛି କାମ ଧନ୍ଦା କରୁନଥିବା ବେଳେ ବଡ ପୁଅ ହୋଟେଲରେ କାମ କରୁଛି। ଆଉ ଏଥିରୁ ଦିନକୁ ଯାହା ମୂଲ ମିଳେ ଏତିକିରେ ପରିବାର ଚଳେ।ତେଣୁ ବର୍ଷେ ହେଲା ଘରେ ବୁଢ଼ୀ ମାଆ ଏମିତି ଭଙ୍ଗା ହାତରେ ଯନ୍ତ୍ରଣା ପାଉଥିଲେ ବି ପରିବାର ଲୋକ ଟଙ୍କା ଯୋଗାଡ କରିବାରେ ଅସମର୍ଥ।ତେଣୁ ପ୍ରଶାସନ ରତନୀଙ୍କ ଚିକିତ୍ସା ଖର୍ଚ୍ଚ ବହନ କରୁ ବୋଲି ଅନୁରୋଧ କରିଛନ୍ତି ପରିବାର ଲୋକ ଓ ସ୍ଥାନୀୟ ସ୍ବେଚ୍ଛାସେବୀ।

{"id":191192,"sizeSlug":"large"}

 ପରିଣତ ବୟସରେ ଭଙ୍ଗା ହାତ ଧରି ରତନୀ ଚିକିତ୍ସା ପାଇଁ ଘର ଘର ବୁଲି ଟଙ୍କା ସଂଗ୍ରହ କରିବା ଆମ ବ୍ୟବସ୍ଥା ପ୍ରତି ପରିହାସ  । ସରକାରଙ୍କୁ ଏତେ ଯୋଜନା ମଧ୍ୟରେ ଗରିବ ରତନୀଙ୍କ ଚିକିତ୍ସାପାଇଁ ଅନେକ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.