ଘରୁ କୋବି କିଣିବାକୁ ଯାଇଥିଲେ ମହିଳା : ଫେରି ଆସି ହେଲେ ଦେଢ଼ କୋଟି ଟଙ୍କାର ମାଲିକାଣୀ

Published By : Prameya-News7 Bureau | December 09, 2018 IST

ନୂଆଦିଲ୍ଲୀ ୯/୧୨: ଟିକେ ଚିନ୍ତା କରନ୍ତୁ,କିପରି ଲାଗିବ ଯଦି ଆପଣ କୈାଣସି ଜିନିଷ କିଣିବାକୁ ବାହାରକୁ ଯାଇଥିବେ  ଏବଂ ଘରକୁ ଫେରି ଆପଣ ଦେଖିବେ ଯେ ଆପଣ କୋଟିପତି ହୋଇଯାଇଛନ୍ତି। ଆପଣଙ୍କୁ ଶୁଣିବାକୁ ଏହା ବିଚିତ୍ର ଲାଗିପାରେ କିନ୍ତୁଏପରି ଏକ ଘଟଣା ବାସ୍ତବରେ ଘଟିଛି। ଅସଲରେ ଏହି ମହିଳା ଜଣକ ମାର୍କେଟକୁ କୋବି କିଣିବାକୁ ଯାଇଥିଲେଏବଂ ଘରକୁ ଫେରି ଦେଖିଲେ ଯେ ଯେ ଦେଢ଼ କୋଟି ଟଙ୍କାର ମାଲିକାଣୀ ହୋଇଯାଇଛନ୍ତି। 

{"id":62368,"width":575,"height":431}

ଏହି ଘଟଣା ଆମେରିକାର ମେରିଲ୍ୟାଣ୍ଡରେ ଘଟିଛି। ଏଠାରେ ଭାନେସା ବାର୍ଡ଼ନାମ୍ନୀ ଜଣେ ମହିଳା କୋବି କିଣିବାକୁ ସୁପର ଷ୍ଟୋରକୁ ଯାଇଥିଲେ। ମହିଳା ସେଠାରେ କୋବି ସହ ସ୍କ୍ରାଚ୍ଟିକେଟ ମଧ୍ୟ କିଣିଥିଲେ। ଘରେ ଆସି ମହିଳା ଜଣକ ଯେତେବେଳେ ସ୍କ୍ରାଚ୍ ଟିକେଟ ଖୋଲିଥିଲେ ସେତେବେଳେତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା। ମହିଳାଙ୍କୁ ଏହି ଖେଳରେ ଶ୍ରେଷ୍ଠ ପୁରସ୍କାର ମିଳିଥିଲା। ଏହାରଧନରାଶି ୨ଲକ୍ଷ ୫୦ହଜାର ଡଲାର ଅର୍ଥାତ୍ ୧କୋଟି ୫୮ଲକ୍ଷ ଟଙ୍କା ଥିଲା। ମହିଳାଙ୍କୁ ପ୍ରଥମେ ବିଶ୍ବାସହୋଇନଥିଲା କିନ୍ତୁ ଯେତେବେଳେ ଷ୍ଟୋର ପହଞ୍ଚିଥିଲେ ସେତେବେଳେ ସେ ଖୁସିରେ ଆତ୍ମହରା ହୋଇଉଠିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.