ବିବାହର ପ୍ରଲୋଭନ ଦେଖାଇ ଶିକ୍ଷୟିତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ : ଶିକ୍ଷୟିତ୍ରୀ ଗର୍ଭବତୀ ହେବା ପରେ ବିବାହ କରିବାକୁ ମନା କରିଦେଲେ ଶିକ୍ଷକ, ଥାନାରେ ମାମଲା

Published By : Prameya-News7 Bureau | July 25, 2019 IST

ବରଗଡ ୨୫|୭: ବରଗଡ ଜିଲ୍ଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ସିଧିରା ଉଚ୍ଚପ୍ରାଥମିକ ବିଦ୍ୟାଳୟର ଜଣେ ଏସଏସ୍ ଶିକ୍ଷୟତ୍ରୀ ସେହି ସ୍କୁଲର ଯୋଗ ଶିକ୍ଷକ କେଶବ ପାତ୍ରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପ୍ରକାରେ ପୀଡିତା ଶିକ୍ଷୟତ୍ରୀ ଗତ ୧୩ ମାସ ପୂର୍ବେ  ଏହି ସ୍କୁଲରେ ଯୋଗଦେଇଥିଲେ। ଏହାପରେ ସେହି ସ୍କୁଲର ଯୋଗ ଶିକ୍ଷକ କେଶବ ପାତ୍ର ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ଦୁଷ୍କର୍ମ କରିଥିଲେ। ଫଳରେ ଶିକ୍ଷୟତ୍ରୀ ଗର୍ଭବତୀ ହୋଇଛନ୍ତି। ଗର୍ଭଧାରଣ ପରେ ତୁରନ୍ତ ବିବାହ ନିମନ୍ତେ ଶିକ୍ଷକଙ୍କୁ ପୀଡିତା ଶିକ୍ଷୟତ୍ରୀ କହିଥିଲେ।

{"id":137315}

ତେବେ ଗର୍ଭପାତ କରାଇଲେ ଯାଇ ସେ ବିବାହ କରିବେ ବୋଲି ଶିକ୍ଷକ ପ୍ରତିଶ୍ରୁତି ଦେଇଥିଲେ। ଶିକ୍ଷୟତ୍ରୀଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ବରଗଡ ମ୍ୟାରେଜ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ବିବାହ ପାଇଁ ଆବେଦନ ମଧ୍ୟ କରିଥିଲେ।

{"id":137316}

ଏହା ପରେ ଗର୍ଭବତୀ ଶିକ୍ଷୟତ୍ରୀଙ୍କ ଗର୍ଭପାତ ପାଇଁ ପଦ୍ମପୁରର ଏକ ଘରୋଇ କ୍ଲିନିକ୍ ରେ ଉଭୟ ଶିକ୍ଷକ ଓ ଶିକ୍ଷୟତ୍ରୀ ପହଞ୍ଚିଥିଲେ। ତେବେ ଡାକ୍ତର ଏହା ନ କରିବାକୁ ପରାମର୍ଶ ଦେଇ ଫେରାଇ ଦେଇଥିଲେ। ଡାକ୍ତର ଗର୍ଭପାତ କରିବାକୁ ମନା କରିବା ପରେ ଶିକ୍ଷକ ବିବାହ କରିବାକୁ ଦେଇଥିବା ପ୍ରତିଶ୍ରୁତିରୁ ଓହରି ଯାଇଥିଲେ। ଶିକ୍ଷୟତ୍ରୀଙ୍କୁ ସେ ଆଉ ଧରା ଛୁଆଁ ଦେଇନଥିଲେ। ବିବାହ ପାଇଁ ଘର ଲୋକେ ରାଜି ହେଉ ନଥିବା ଶିକ୍ଷୟିତ୍ରୀଙ୍କୁ ରୋକଠୋକ ଶୁଣାଇ ଦେଇଥିଲେ। ଶିକ୍ଷୟିତ୍ରୀ ନିମ୍ନ ଜାତିର ହୋଇଥିବାରୁ ଘରେ ବିବାହ ପାଇଁ ରାଜି ହେଉ ନଥିବା କାରଣ ମଧ୍ୟ କହିଥିଲେ। ଏହା ପରେ ଅନନ୍ୟୋପାୟ ହୋଇ ଶିକ୍ଷୟିତ୍ରୀ ମେଲ୍ଚାମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଶିକ୍ଷକ କେଶବ ପାତ୍ର ଫେରାର ହୋଇଯାଇଥିବା ଜଣାପଡିଛି।

{"id":137317}

ଅଭିଯୁକ୍ତ ଶିକ୍ଷକଙ୍କ ଘର ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ବିଜାରାମ ଗାଁରେ ହୋଇଥିବା ବେଳେ ପୀଡିତା ଶିକ୍ଷୟତ୍ରୀଙ୍କ ଘର ବରଗଡ ଥାନା ଅନ୍ତର୍ଗତ ବଡ଼ଡୋଲ ପଞ୍ଚାତରେ ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.