ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ ! ବିଦ୍ୟାଳୟ ସଭାପତିଙ୍କ ନାଁରେ ଆଣିଲେ ସଙ୍ଗୀନ ଅଭିଯୋଗ

Published By : Prameya-News7 Bureau | October 24, 2020 IST

ପଟ୍ଟାମୁଣ୍ଡାଇ ୨୪।୧୦: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ନାହିଆଡିଆ ବିଦ୍ୟାଳୟ ପରିସରରେ ଶିକ୍ଷୟିତ୍ରୀ ଅସଦାଚରଣ ଶିକାର ହେବାର ଚାରି ଦିନ ବିତିଯାଇଥିଲେ ମଧ୍ୟ ପୋଲିସର ହାତ ଖାଲିକୁ ନେଇ ପ୍ରଶ୍ନ ଉଠାଇଛି ଶିକ୍ଷକ ସଂଘ ।

ଗତ ୧୯ ତାରିଖରେ ଜନୈକା ଶିକ୍ଷୟିତ୍ରୀ ରୋଷ୍ଟର ଡିଡ୍ୟୁଟି କରୁଥିବା ବେଳେ ସ୍କୁଲର ଏସଏମସି କମିଟର ସଭାପତି ସ୍କୁଲ ପରିସରକୁ ପ୍ରବେଶ କରି ସ୍କୁଲ ଘର କବାଟ ଭିତର ପଟରୁ ଦେଇ ଶିକ୍ଷୟତ୍ରୀଙ୍କୁ ଅସଦାଚରଣ କରିଥିଲେ । ଶିକ୍ଷୟିତ୍ରୀ ଜଣଙ୍କ ସେଠାରୁ କୌଶଳକ୍ରମେ ଖସିଆସି ବିଇଓ, ଜିଲ୍ଲାପାଳ ଓ ଥାନାରେ ଲିଖିତ ଅଭିଯୋଗ କରି ଜଣାଇଥିଲେ ।

କିନ୍ତୁ ଏହା ଭିତରେ ୪ ଦିନ ବିତିଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି ପଡିଛି । ଏସଏମସି କମିଟର ସଭାପତି ଜଣେ ଅସାମାଜିକ ବ୍ୟକ୍ତି ହୋଇଥିବାରୁ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଶିକ୍ଷୟିତ୍ରୀ ଜଣଙ୍କ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.