Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀର ସ୍ଵପ୍ନ ଧୂଳିସାତ: ଟେଷ୍ଟ କ୍ରିକେଟ୍‌କୁ ମିଳିଲା ନୂଆ ବାଦଶାହା, ଭାରତକୁ ୮ ଓ୍ଵିକେଟ୍‌ରେ ହରାଇ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ ଜିତିଲା ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱରରେ ଆଜି ୩୭୫ ପଜିଟିଭ୍‌ ଚିହ୍ନଟ
  • ||
  • ବନ୍ଦିତା ପରିଡ଼ା ହେଲେ ମହିଳା କଂଗ୍ରେସ ସଭାନେତ୍ରୀ
  • ||
  • ୟୁକେ ହାଇକୋର୍ଟରୁ ନିରବ ମୋଦୀଙ୍କୁ ଝଟକା, ପ୍ରତ୍ୟର୍ପଣ ବିରୋଧରେ ଦାଖଲ ଆବେଦନ ଖାରଜ, ଏବେ ଭାରତ ଆସିବାକୁ ପଡିବ !
  • ||
  • ଭୁବନେଶ୍ବର : ଗୋରୁ ଚୋରା ଚାଲାଣ ବେଳେ ଜବତ ହେଲା ପିକଅପ୍ ଭ୍ୟାନ୍, ୫ ଗୋରୁ ଉଦ୍ଧାର, ଦଲାଲ ଫେରାର
  • ||
  • ଭୁବନେଶ୍ବର : ରାଜଧାନୀରେ ମାତିଲେ ଲୁଟେରା : ତାଲା ଭାଙ୍ଗି ଦୋକାନରେ ବୁଲାଇଲେ କଳାକନା, ସିସିଟିଭିରେ କଏଦ ହେଲା ଦୃଶ୍ୟ
  • ||
  • ଭୁବନେଶ୍ବର : ଅନଲକ୍ ପ୍ରକ୍ରିୟା ଆରମ୍ଭ ପରେ ଲୋକେ ମାନୁନାହାନ୍ତି କୋଭିଡ୍ ନିୟମ, ସୃଷ୍ଟି ହୋଇପାରେ ବିପଦ – ଡିଏମଇଟି
  • ||
  • ଭୁବନେଶ୍ବର : ଚଳିତ ବର୍ଷ ୩୦% ହ୍ରାସ ହେବ ନବମ ଓ ଦଶମ ଶ୍ରେଣୀର ସିଲାବସ୍ – ଗଣଶିକ୍ଷା ମନ୍ତ୍ରୀ
  • ||
  • କାମାକ୍ଷାନଗର : ଜଙ୍ଗଲକୁ ଯାଇଥିବା ବେଳେ ପଡିଗଲେ ଭାଲୁ ହାବୁଡରେ, ଆକ୍ରମଣରେ ୨ ଗୁରୁତର
  • ||
  • ଦେଶରେ ତଳମୁହାଁ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦ ହଜାରରୁ ଅଧିକ ପଜିଟିଭ୍,୧୩୫୮ ମୃତ
  • ||

ସିଲେଇ ଦିଦିଙ୍କ ସାହାଯ୍ୟ ବାହାନାର ଗୁମର ଫିଟିଲା : ସିଲେଇ ନାଁରେ ବଢାଉଥିଲେ ଘନିଷ୍ଠତା, ଋଣ ନାଁରେ ଠକୁଥିଲେ କୋଟି କୋଟି ଟଙ୍କା

10/11/2020 at 4:27 PM

ବଲାଙ୍ଗୀର ୧୦।୧୧: ବଲାଙ୍ଗୀରର ବହୁ ଚର୍ଚ୍ଚିତ ଜିଏସଟି ଠକେଇ ଘଟଣାର ପର୍ଦ୍ଦାଫାସ । ପୋଲିସର ଘନଘନ ଜେରା ପରେ ସତ ଓଗାଳିଛନ୍ତି ଠକେଇ କରିଥିବା ଗାୟତ୍ରୀ ଜସଓ୍ବାଲ ଓ ତାଙ୍କ ପୁଅ ରବୀନ୍ଦ୍ର ଜସଓ୍ବାଲ । ଗରିବ ନିରୀହଙ୍କୁ କେମିତି ଭୂଆଁ ବୁଲାଇ ଋଣ କରାଇ ଦେବା ନାଁରେ ମା’-ପୁଅ ଠକୁଥିଲେ ତାର ପ୍ରମାଣ ପାଇବା ପରେ ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ଟାଉନ୍ ଥାନା ପୋଲିସ । ସେପଟେ ଘଟଣାରେ ଅନ୍ୟ କାହାର ସଂପୃକ୍ତି ନେଇ ଏବେବି ଛାନଭିନ୍ ଚଳାଇଛି ପୋଲିସ ଓ ଜିଏସଟି ବିଭାଗ ।

ଭୂତ କମ୍ପାନୀ ନାଁରେ ଚାଲୁଥିଲା ପୂରା କାରବାର । କୋଟି କୋଟି ଟଙ୍କାର କାରବାର ବି ହେଉଥିଲା । ନୀରିହ ଗରିବଙ୍କ ନାଁରେ ଋଣ ନେଇ ଠକୁଥିଲେ ସିଲେଇ ଦିଦି ଓ ତାଙ୍କ ପୁଅ । ଦୁଇ ଦିନର ଘନ ଘନ ଜେରା ପରେ ସବୁ ସତ ଓଗାଳିଛନ୍ତି ସିଲେଇ ଦିଦି । କିପରି ଲୋକଙ୍କ ସହ ସିଲେଇ ଆଳରେ ସଂପର୍କ ରଖି ଘନିଷ୍ଠତା ବଢାଉଥିଲେ ।

ଋଣ ନାଁରେ କିପରି ନୀରିହ ଗରିବଙ୍କ କାଗଜପତ୍ର ଆଣି ମିଛ କାରବାର କରି ମୋଟା ଅଙ୍କର ଟଙ୍କା କମାଉଥିଲେ ତାର ପକ୍କା ଚିଠା ଲାଗିଛି ପୋଲିସ ହାତରେ । ଦୁଇ କୋଟି ଜିଏସଟି ଠକେଇ ଅଭିଯୋଗରେ ଉଭୟ ମା’-ପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଟାଉନ ଥାନା ପୋଲିସ । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

ଟିକେ ନଜର ପକାନ୍ତୁ ସିଲେଇ ଦିଦିଙ୍କ କାରନାମା ଉପରେ…

ସିଲେଇ ଦିଦିଙ୍କ ଏ କାରନାମାର ଚେର ବଲାଙ୍ଗୀରରୁ କଟକ ଓ ଭୁବନେଶ୍ବରକୁ ଲମ୍ବିଛି । ସେପଟେ ମଧ୍ୟ ଉତ୍ତରପ୍ରଦେଶ, ବମ୍ବେ ଓ ଛତିଶଗଡ ଭଳି ରାଜ୍ୟରେ ସିଲେଇ ଦିଦିଙ୍କ ନେଟଓ୍ବାର୍କ ରହିଥିବା ଜିଏଟି ବିଭାଗକୁ ଲିଙ୍କ୍ ମିଳିଛି । ଏନଜିଓ ନାଁରେ ୪ଟି ଭୂତ କମ୍ପାନୀ ରହିଛି ସିଲେଇ ଦିଦିଙ୍କ ଛତ୍ରଛାୟା ତଳେ । ନରେନ୍ଦ୍ର ସାହୁଙ୍କ ନାଁରେ କଲୋଡିଆ ଟ୍ରେଡର୍ସ, ରବୀନ୍ଦ୍ର ଭୋଇଙ୍କ ନାଁରେ ସିନ୍ଦୁଜା ଷ୍ଟିଲ୍, ପୁଅ ଦେବେନ୍ଦ୍ର ଜେସଓ୍ବାଲଙ୍କ ନାଁରେ ଘଟବାସିନି ଟ୍ରାନ୍ସପୋର୍ଟ ଓ ଜଗବନ୍ଧୁ ନାଁରେ ଶୁଭମ୍ ଷ୍ଟିଲ୍ ରହିଥିବା ଜାଣିବାକୁ ପାଇଛନ୍ତି ଜିଏସଟି ଅଧିକାରୀ । ଘଟଣାର ମାଷ୍ଟର ମାଇଣ୍ଡକୁ ଖୋଜି ବାହାର କରିବାକୁ ସାଧାରଣରେ ମତ ପ୍ରକାଶ ପାଉଛି । ସେପଟେ କାହା କାହା ଆକାଉଣ୍ଟରେ ଟଙ୍କା ଟ୍ରାନ୍ସଫର ହୋଇଛି ସେନେଇ ମଧ୍ୟ ଅଧିକ ତଦନ୍ତ କରିବା ସହ ଘଟଣାରେ ଅନ୍ୟ କାହାର ସଂପୃକ୍ତି ଅଛି କି ନାହିଁ ସେ ନେଇ ଖୋଳତାଡ କରୁଥିବା ଜିଏସଟି ବିଭାଗର ତଦନ୍ତ ଅଧିକାରୀ କହିଛନ୍ତି ।

   Related Posts