Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଲେଡି ସିଙ୍ଘମ୍ ତାରାବତୀ : ନାଁ ଶୁଣିଲେ ଭୟରେ ଥରନ୍ତି ବଡ଼ ବଡ଼ ଅପରାଧି : ଶହୀଦ ସ୍ବାମୀଙ୍କ ବଳିଦାନର ଦେଇଛନ୍ତି ଯଥାର୍ଥ ମୂଲ୍ୟ

18/11/2020 at 4:55 PM

ଜୌନପୁର ୧୮/୧୧: ଉତ୍ତରପ୍ରଦେଶର ଜୌନପୁର ମହିଳା ଥାନାର ମୁଖ୍ୟ ସବଇନସ୍ପେକ୍ଟର ତାରାବତୀ ଜଣେ ଏପରି ମହିଳା ଯିଏ ପୂରା ଥାନାଟିକୁ ସମ୍ଭାଳନ୍ତି। ଦିନ ହେଉ କିମ୍ବା ରାତି,ଯେତେବେଳେ ବି କିଛି ଘଟିଥାଏ ତାରାବତୀ ସେଠାରେ ତୁରନ୍ତ ପହଞ୍ଚି ଯାଇଥାନ୍ତି ଏବଂ ଯେତେବେଳ ଯାଏଁ ଦୋଷୀକୁ ଦଣ୍ଡ ନ ଦେଇଥାନ୍ତି ସେତେ ଯାଏଁ ଶାନ୍ତିର ନିଃଶ୍ବାସ ନେଇନଥାନ୍ତି। ଯୌନପୁରର ଅପରାଧୀ ତାଙ୍କ ନାଁ ଶୁଣି ଭୟରେ ଥରିଥାନ୍ତି।

ତାଙ୍କ ସ୍ବାମୀ ରାମରାଜ ଯାଦବଙ୍କ ମୃତ୍ୟୁ ପରେ ତାରାବତୀଙ୍କ କାନ୍ଧରେ ପରିବାର ସମ୍ଭାଳିବାର ଦାୟିତ୍ବ ଆସିଥିଲା। ତାରାବତୀ ଥାନାର ଅଧ୍ୟକ୍ଷ ହେବା ପରେ ଯୌନପୁରର ସମସ୍ତ ଅଞ୍ଚଳରେ କେବଳ ଅପରାଧ କମିନାହିଁ ବରଂ ସାଧାରଣ ଜନତା ମଧ୍ୟ ନିଜକୁ ସୁରକ୍ଷିତ ମନେ କରୁଛନ୍ତି। ଖାସ୍ କରି ମହିଳାଙ୍କ ମନରେ ତାରାବତୀଙ୍କୁ ନେଇ ଏତେ ଭରସା ରହିଛି ଯେ ସେମାନେ ଯେକୌଣସି ସମୟ​‌ରେ ଅଭିଯୋଗ ନେଇ ତାରାବତୀ ଯାଦବଙ୍କ ପାଖରେ ପହଞ୍ଚିଥାନ୍ତି।

ଯେଉଁ ସବଇନସ୍ପେକ୍ଟରଙ୍କ ନାଁ ଶୁଣିଲେ ଅପରାଧୀ ଭୟରେ ଥରିଥାନ୍ତି ତାଙ୍କ ଜୀବନ କିଛି ବର୍ଷ ତଳେ ଚାରି କାନ୍ଥ ମଧ୍ୟରେ ସୀମିତ ଥିଲା। ସ୍ବାମୀ ଏବଂ ପିଲାଙ୍କ ଦେଖାଶୁଣା କରିବା ତାଙ୍କ ଦିନଚର୍ଯ୍ୟା ଥିଲା। ସେ ଆଇନ୍ ବିଷୟରେ ପୂରାପୂରି ଅଜ୍ଞ ଥିଲେ କିନ୍ତୁ ଦିନେ ତାଙ୍କ ଜୀବନରେ ଏପରି ଝଡ଼ ଆସିଥିଲା ଯାହା ତାଙ୍କ ସଂସାରକୁ ଅଜାଡ଼ି ଦେଇଥିଲା।

୧୪ବର୍ଷ ତଳେ ଏହି ଖାକି ପୋଷାକ ତାରାବତୀଙ୍କ ସ୍ବାମୀଙ୍କ ପରିଚୟ ଥିଲା। ସେତେବେଳେ ରାମରାଜ ଫରୁଖାବାଦରେ ସବ ଇନସ୍ପେକ୍ଟର ପଦରେ ନିଯୁକ୍ତ ଥିଲେ। ତାଙ୍କୁ ସୂଚନା ମିଳିଥିଲା ଯେ କୁଖ୍ୟାତ କଲୁଆ ଦଳର ଗୁଣ୍ଡା ତାଙ୍କ ଅଞ୍ଚଳରେ ଆତଙ୍କ ଚଲାଇଛନ୍ତି। ରାମରାଜ ସମୟ ବରବାଦ ନ କରି ତୁରନ୍ତ ଗୁଣ୍ଡାଙ୍କ ସହ ମୁକାବିଲା କରିବାକୁ ସେଠାରେ ପହଞ୍ଚି ଯାଇଥିଲେ କିନ୍ତୁ ଏନକାଉଣ୍ଟରରେ ସେ ଅପରାଧିଙ୍କ ଗୁଳିର ଶିକାର ହୋଇ ଶହୀଦ ହୋଇ ଯାଇଥିଲେ।

ଯୌନପୁରର ପୋଲିସ୍ ଅଧୀକ୍ଷକ ରାଜକରନ ନାୟର ବୁଧବାର ଅର୍ଥାତ୍ ଆଜି ତାରାବତୀଙ୍କୁ ସବ୍ ଇନସ୍ପେକ୍ଟରରୁ ଇନସ୍ପେକ୍ଟର ପଦ ସମ୍ଭାଳିବାର ଦାୟିତ୍ବଭାର ପ୍ରଦାନ କରିଥିଲେ।

   Related Posts