ବାରିପଦାରେ ଟ୍ରେନ୍ ଚକା ତଳୁ ଅଳ୍ପକେ ବର୍ତ୍ତିଗଲେ ଯୁବତୀ
19/11/2019 at 11:09 PM

ବାରିପଦା ୧୯।୧୧ – ଟ୍ରେନ୍ ଚକା ତଳୁ ଅଳ୍ପକେ ବର୍ତ୍ତିଗଲେ ଯୁବତୀ ।ଟ୍ରେନ୍ ଚଢୁଥିବା ବେଳେ ହଠାତ୍ ଗୋଡ଼ ଖସିଗଲା । ଆଉ ଆଉ ପ୍ଲାଟଫର୍ମ ଏବଂ ଟ୍ରେନ୍ ମଝିରେ ଫସି ଯାଇଥିଲେ ।ଏମିତି ଅବସ୍ଥାରେ ଫସିଥିବା ବେଳେ ଟ୍ରେନ୍ ଚାଲିଲେ କିଛି ଅଘଟଣ ଘଟିଯିବାର ଆଶଙ୍କା ଥିଲା ।ହେଲେ ସେଠାରେ ଥିବା ଲୋକଙ୍କ ସହାୟତାରେ ଯୁବତୀ ଜଣଙ୍କୁ କୌଣସି ମତେ ସେଠାରୁ ଉଦ୍ଧାର କରାଯାଇଥିଲା ।ଏପରି ଘଟଣା ଦେଖିବାକୁ ମିଳିଛି ବାରିପଦା ଭଞ୍ଜପୁର ରେଲୱେ ଷ୍ଟେସନରେ ।ଯୁବତୀ ଜଣକ ବାରିପଦା ଭଞ୍ଜପୁରରେ ଚାଲିଥିବା ଜଗଦ୍ଧାତ୍ରୀ ମେଳା ବୁଲିସାରି ବାଲେଶ୍ବର ଯାଉଥିବା ଡିଏମୟୁ ଟ୍ରେନ୍ରେ ଚଢ଼ିବା ବେଳେ ତାଙ୍କର ଗୋଡ଼ ଖସି ଯାଇଥିଲା ।ତାଙ୍କର ଗୋଡ଼ ଓ ହାତରେ ଗୁରୁତର ଆଘାତ ଲାଗିଛି ।ତେବେ ସେ ଅଳ୍ପକେ ବର୍ତ୍ତି ଯାଇଥିବାରୁ ଧନ୍ୟବାଦ ଜଣାଇଛନ୍ତି