Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ପେଟ ପୋଷିବା ପାଇଁ ଅନ୍ୟର ବିଲରେ ମୂଲ ଲାଗୁଛନ୍ତି ମହିଳା ସରପଞ୍ଚ : ପଢ଼ନ୍ତୁ ପୂରା ଖବର

10/06/2020 at 2:52 PM

ଶିବପୁରୀ୧୦/୬: ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ଥିବା ଏକ ଗାଁରେ ଅଜବ ଘଟଣା ଦେଖିବାକୁ ମିଳିଛି । ଲୋକ-ପ୍ରତିନିଧି ତଥା ରାଜନୀତିଜ୍ଞ ସୌଖୀନ ଜୀବନ ବିତାଉଥିବାବେଳେ ଏଠାରେ ନିର୍ବାଚିତ ହୋଇଥିବା ମହିଳା ସରପଞ୍ଚ ଅନ୍ୟ ବିଲରେ ମୂଲ ଲାଗି ନିଜ ପେଟ ପୋଷୁଛନ୍ତି । ଏଥିପାଇଁ ତାଙ୍କୁ ଦୈନିକ ୧୫୦ ଟଙ୍କା ମିଳୁଛି । ତାଙ୍କ ସ୍ୱାମୀ ମଧ୍ୟ ଦିନ ମଜୁରିଆ ଭାବେ କାମ କରିଥାନ୍ତି । ଏହି ଆଦିବାସୀ ମହିଳା ଜଣକ ଯଦିଓ ସରପଞ୍ଚ ନିର୍ବାଚିତ ହୋଇଛନ୍ତି । କିନ୍ତୁ ତାଙ୍କ କର୍ତ୍ତବ୍ୟ କ’ଣ ସେକଥା ମଧ୍ୟ ସେ ଜାଣିନାହାନ୍ତି ।

ସେ ସରପଞ୍ଚ ନିର୍ବାଚିତ ହେବାର ୫ ବର୍ଷ ମଧ୍ୟରେ ସରକାର ଗ୍ରାମର ବିକାଶ ପାଇଁ ପଞ୍ଚାୟତ ପାଣ୍ଠିକୁ ଲକ୍ଷ-ଲକ୍ଷ ଟଙ୍କା ଦେଇଛନ୍ତି । ଏହି ଟଙ୍କା ମହିଳାଙ୍କ ଦସ୍ତଖତରେ ଉଠାଯାଇଛି । କିନ୍ତୁ ମହିଳା ଜଣକ କେବେ କୌଣସି କାଗଜପତ୍ରରେ ଦସ୍ତଖତ କରି ନଥିବା ପ୍ରକାଶ କରିଛନ୍ତି । ଅର୍ଥାତ ତାଙ୍କର ଜାଲ୍‌ ଦସ୍ତଖତରେ ଅନ୍ୟ କେହି ଟଙ୍କା ଉଠାଇଥିବା ଅନୁମାନ କରାଯାଉଛି । ଶିବପୁରୀ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟଠାରୁ ମାତ୍ର ୬ କିମି ଦୂରରେ ଏହି ଘଟଣା ଘଟିଥିଲେ ମଧ୍ୟ ସ୍ଥାନୀୟ ଜିଲ୍ଲା ଅଧିକାରୀ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ ଥିବା କହିଛନ୍ତି । ଏହାର ସବିଶେଷ ତଦନ୍ତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ନେତୃତ୍ୱରେ ଏନେଇ ଏକ ଯାଞ୍ଚ କମିଟି ଗଠନ କରାଯାଇଛି ।

କରୋନା ନିମନ୍ତେ ବାହାର ରାଜ୍ୟରୁ ନିଜ ରାଜ୍ୟ ମଧ୍ୟପ୍ରଦେଶ ଫେରିଥିବା ପ୍ରବାସୀ ଶ୍ରମିକମାନଙ୍କୁ ମନରେଗା ଅଧୀନରେ କାର୍ଯ୍ୟ ଯୋଗାଇ ଦେବାକୁ ରାଜ୍ୟ ସରକାର ଚେଷ୍ଟା ଚଳାଇଛନ୍ତି । ଏହି କ୍ରମରେ ବେରୋଜଗାର ଶ୍ରମିକଙ୍କ ତଥ୍ୟ ସଂଗ୍ରହ କରିବାକୁ ସରକାରୀ କର୍ମଚାରୀ ଉକ୍ତ ଗାଁରେ ପହଞ୍ଚିଥିଲେ । ଯାହା ଦ୍ୱାରା ଗାଁର ସରପଞ୍ଚ ନିଜେ ବେରୋଜଗାର ଥିବା ତଥ୍ୟ ସାମ୍ନାକୁ ଆସିଥିଲା । ସରପଞ୍ଚ ଏନେଇ କହିଛନ୍ତି ଯେ, ନିର୍ବାଚନରେ ଠିଆ ହେବା ପୂର୍ବରୁ ସେ ଏବଂ ତାଙ୍କ ସ୍ୱାମୀଙ୍କ ନିକଟରେ ନରେଗା ଜବ୍‌ କାର୍ଡ ଥିଲା । କିନ୍ତୁ ସେ ସରପଞ୍ଚ ନିର୍ବାଚନ ଜିତିବା ପରେ ଉକ୍ତ ଜବ୍‌ କାର୍ଡ ମଧ୍ୟ ରଦ୍ଦ ହୋଇଗଲା।

   Related Posts