କରୋନା ଯୋଦ୍ଧାର ପରିଚୟ ଦେଲେ ମହିଳା ସରପଞ୍ଚ, ପିପିଇ କିଟ୍ ପିନ୍ଧି ନିଜେ ସାନିଟାଇଜ୍ କଲେ ପଞ୍ଚାୟତ କାର୍ଯ୍ୟାଳୟ

Published By : Prameya-News7 Bureau | June 03, 2021 IST

ଜୟପୁର ୩।୬: ମହାମାରୀ ସମୟରେ ପ୍ରକୃତ କରୋନା ଯୋଦ୍ଧାର ପରିଚୟ ଦେଲେ ସରପଞ୍ଚ । ମହାମାରୀ ସମୟରେ ପଂଚାୟତ କାର୍ଯ୍ୟାଳୟ ସମେତ ଅନ୍ୟ ସରକାରୀ କାର୍ଯ୍ୟାଳୟଗୁଡିକ ସାନିଟାଇଜ କରିବାକୁ ନିଷ୍ପତ୍ତି ହୋଇଥିଲା । ହେଲେ ଏଥିପାଇଁ କୌଣସି ସଫେଇ କର୍ମୀ ରାଜି ହେଲେନି । ହେଲେ ଏହାକୁ ଭୃକ୍ଷେପ ନକରି ନିଜେ ବିଭିନ୍ନ କାର୍ଯ୍ୟାଳୟ ସାନିଟାଇଜ୍ କରିଛନ୍ତି ଜଣେ ମହିଳା ସରପଞ୍ଚ । ଆଉ ସେହି ସରପଞ୍ଚ ଜଣଙ୍କ ହେଉଛନ୍ତି କୋରାପୁଟ ଜିଲ୍ଲା ଫାମ୍ପୁଣୀ ପଂଚାୟତର ସରପଞ୍ଚ ପ୍ରତୀମା ନାୟକ ।

ପୂର୍ବରୁ ବି ପ୍ରତିମା ଅନେକ ବାର କରୋନା ସମୟରେ ଏପରି କାମ କରି ଚର୍ଚ୍ଚାରେ ରହି ଆସିଛନ୍ତି । ସରପଞ୍ଚଙ୍କୁ ମହାମାରୀ ସମୟରେ ଜିଲ୍ଲାପାଳଙ୍କ କ୍ଷମତା ରାଜ୍ୟ ସରକାର ଦେଇଥିଲେ ବି ଆବଶ୍ୟକ ସ୍ଥଳେ ପ୍ରତିମା ସାଧାରଣ ଲୋକଙ୍କ ପାଇଁ ସଫେଇ ଓ ସାନିଟାଇଜସନ ପରି କାମ କରିବାକୁ ବି ପଛେଇ ନାହାନ୍ତି । ଆଉ ଏଥିପାଇଁ ପ୍ରତିମାଙ୍କ ଏପରି କାମକୁ ସ୍ଥାନୀୟ ଅଂଚଳରେ ବେଶ ପ୍ରଶଂସା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.