ଭିଜିଲାନ୍ସ ପଞ୍ଝାରେ ମହିଳା ସରପଞ୍ଚ, ନେଉଥିଲେ ୨୦ହଜାର ଟଙ୍କା ଲାଞ୍ଚ

Published By : Prameya-News7 Bureau | June 27, 2020 IST

ଦଶମନ୍ତପୁର ୨୭।୬: ଭିଜିଲାନ୍ସ ଜାଲରେ ମହିଳା ସରପଞ୍ଚ । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ୍ ମୁଜାଙ୍ଗ ପଞ୍ଚାୟତର ମହିଳା ସରପଞ୍ଚ ରୈଲା ମାଝି ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସେ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଜୟପୁର ଭିଜିଲାନ୍ସ ତାଙ୍କୁ ଧରିଛି ।

{"id":292343,"width":578,"height":447,"sizeSlug":"large"}

ଗ୍ରାମ୍ୟ ପୋଖରୀ ଖନନ କାର୍ଯ୍ୟାଦେଶ ଦେବାକୁ ସେ ଲାଞ୍ଚ ନେଉଥିବା ସମୟରେ ନେଉଥିବା ବେଳେ ପୂର୍ବରୁ ସେଠାରେ ରହିଥିବା ଭିଜିଲାନ୍ସ ଅଧିକାରୀ ତାଙ୍କୁ ଗିରଫ କରିଥିଲେ । ତେବେ ତାଙ୍କୁ ଜୟପୁର ସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ଜେରା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.