Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||
  • ବ୍ରହ୍ମପୁର : ଗୁଳି ମାଡରେ ବେଗୁନିଆପଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ମୃତ୍ୟୁ
  • ||

ରାଉରକେଲାରେ ପ୍ରେମକଲା, ଦିଲ୍ଲୀରେ ପ୍ରେମିକାକୁ ବିକିଦେଲା : ଧୋକାବାଜ୍ ପ୍ରେମିକ ଫେରାର

11/03/2020 at 10:07 AM

ରାଉରକେଲା ୧୧।୩: ରାଉରକେଲାରେ ପୁଣି ଯୁବତୀ ବିକ୍ରି ଅଭିଯୋଗ । ପ୍ରେମରେ ଫସାଇ ନିଜ ପ୍ରେମିକାକୁ ନେଇ ଦିଲ୍ଲୀରେ ବିକ୍ରି କରିଥିଲା ପ୍ରେମିକ । ଏଭଳି ଅଭାବନୀୟ ଘଟଣା ଘଟିଛି ରାଉରକେଲା ଚାନ୍ଦିପୋଷ ଥାନା ଅଞ୍ଚଳରେ।

ସୂଚନାଯୋଗ୍ୟ ଯେ, ନିରୀହ ଆଦିବାସୀ ଝିଅକୁ ନିଜ ପ୍ରେମ ଜାଲରେ ଫସେଇ ଯୁବକ ଜଣକ ନିଜ ତାଙ୍କୁ ନେଇ ଦିଲ୍ଲୀରେ ଏକ ଅଫିସରେ ବିକ୍ରି କରି ଦେଇଥିଲା । ଯୁବତୀ ଜଣଙ୍କ ଫୋନ୍ ଯୋଗେ ନିଜ ଘର ଲୋକଙ୍କୁ କହିବା ପରେ ପରିବାର ପକ୍ଷରୁ ଚାନ୍ଦିପୋଷ ଥାନାରେ ଏତଲା ଦିଆଯାଇଥିଲା । କିନ୍ତୁ ପୋଲିସ ଏହାକୁ ଅତି ହାଲକା ଭାବେ ନେଇ ପରେ ଦେଖିବା ବୋଲି କହିଥିଲେ ।

ତେବେ ପରିବାର ଲୋକ ସ୍ଥାନୀୟ ସମାଜସେବୀ ଚାନ୍ଦମଣୀ ସଣ୍ଡିଲଙ୍କ ସହାୟତାରେ ଦିଲ୍ଲୀରେ ଏକ ସାମାଜିକ ଅନୁଷ୍ଠାନକୁ ଯୋଗାଯୋଗ କରିଥିଲେ । ସାମାଜିକ ଅନୁଷ୍ଠାନ ସେହି କାର୍ଯ୍ୟାଳୟରେ ଚଢାଉ କରି ଯୁବତୀଙ୍କୁ ଉଦ୍ଧାର କରିଥିଲେ । ତେବେ ଅଫିସ ମାଲିକ, ଦଲାଲ ସହ ପ୍ରେମିକ ଶଙ୍କର ବାଗେ  ଫେରାର ହୋଇଯାଇଛି । ଆଜି ମାଜିଷ୍ଟ୍ରେଟ ସାମ୍ନାରେ ଯୁବତୀଙ୍କ ବୟାନ ରେକର୍ଡ କରାଯିବ ।

   Related Posts