ପଞ୍ଚାୟତ ଅଫିସକୁ ଚାଉଳ ଆଣିବାକୁ ଯାଇଥିବା ବେଳେ ଯୁବତୀଙ୍କୁ ଦୁଷ୍କର୍ମ କଲେ ସରପଞ୍ଚଙ୍କ ସ୍ବାମୀ !

Published By : Prameya-News7 Bureau | July 11, 2019 IST

ରାଉରକେଲା ୧୧|୭: ସୁନ୍ଦରଗଡ ଜିଲ୍ଲା ବିଶ୍ରା ବ୍ଲକ୍ ଅନ୍ତର୍ଗତ ଝିରପାଣି ପଞ୍ଚାୟତ କାର୍ଯ୍ୟାଳୟରେ ଘଟିଛି ଅଭାବନୀୟ ଘଟଣା । ଖାଦ୍ୟ ସୁରକ୍ଷା ଯୋଜନାରେ ଦିଆଯାଉଥିବା ଚାଉଳ ଆଣିବାକୁ ଯାଇ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ଯୁବତୀ । ମହିଳା ସରପଞ୍ଚଙ୍କ ସ୍ବାମୀ ଏବଂ ତାର ଜଣେ ସହଯୋଗୀ ମିଳିତ ଭାବେ ଦୁଷ୍କର୍ମ କରିଥିବା ଆଜି ବିଶ୍ରା ଥାନାରେ ଅଭିଯୋଗ ହୋଇଛି ।ଝିରପାଣି ପଞ୍ଚାୟତର ମହିଳା ସରପଞ୍ଚ ପ୍ରଭା ଖାଲକୋଙ୍କ ସ୍ବାମୀ ଅଜୟ ଖାଲକୋଙ୍କ ନାଁରେ ଏହି ଅଭିଯୋଗ ହୋଇଛି । ପୀଡିତା ଅତ୍ୟନ୍ତ ଗରିବ ଘରର ଝିଅ । ତାଙ୍କ ବାପା ଜଣେ ଭିନ୍ନକ୍ଷମ ବୋଲି ଜଣାପଡିଛି ।

{"id":132585}

ଗତ ୩ତାରିଖ ଦିନ ଅପରାହ୍ନରେ ସେ ଚାଉଳ ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିଲେ । ତେବେ ପଞ୍ଚାୟତ କାର୍ଯ୍ୟାଳୟରେ କେବଳ ମହିଳା ସରପଞ୍ଚଙ୍କ ସ୍ବାମୀ ଅଜୟ ଖାଲକୋ ଏବଂ ତାର ଜଣେ ସହଯୋଗୀ ଥିଲେ । ଅନ୍ୟ କେହି ନଥିବାର ସୁଯୋଗ ନେଇ ଉଭୟ ଯୁବତୀଙ୍କୁ ଟଣାଓଟରା କରିଥିଲେ । ଏହାପରେ ସହଯୋଗୀ ଯୁବତୀଙ୍କୁ ଧରିଥିବାବେଳେ ଅଜୟ ତାଙ୍କୁ ଦୁଷ୍କର୍ମ କରିଥିଲେ । ପରେ ସମାନ ଢଙ୍ଗରେ ଅଜୟଙ୍କ ସହଯୋଗୀ ମଧ୍ୟ ତାଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ଯୁବତୀ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ପୀଡିତାଙ୍କ ବୟାନ ରେକର୍ଡ କରି ତଦନ୍ତ ଆରମ୍ଭ କରିଛି ।

{"id":132586}

ପୁରୀରେ ଆଦିବାସୀ ନାବାଳିକାଙ୍କୁ ବସ୍ ଭିତରେ ଦୁଷ୍କର୍ମ ଓ ଜଳେଶ୍ବରଠାରେ ଗେଷ୍ଟହାଉସ୍ ଦୁଇ ଜଣ ବଙ୍ଗୀୟ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ସୁନ୍ଦରଗଡ ଜିଲ୍ଲାର ଏହି ଘଟଣା ଏବେ ସମସ୍ତଙ୍କୁ ଚିନ୍ତିତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.