ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ; ଦୁଇ ଗିରଫ, ଜଣେ ଫେରାର

Published By : Prameya-News7 Bureau | June 18, 2019 IST

ସୁବର୍ଣ୍ଣପୁର ୧୮|୬: ସୁବର୍ଣ୍ଣପୁର ସହର ରୟାଲ ପଡିଆରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ରାତି ପ୍ରାୟ ୯ ଟା ବେଳେ ଯୁବତୀ ଜଣକ କାମ କରି ଘରକୁ ଫେରୁଥିବା ସମୟରେ ନିଛାଟିଆ ସ୍ଥାନରେ ତିନିଜଣ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏ ନେଇ ପୀଡିତା ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

 ଏହା ପରେ ପୀଡିତାଙ୍କ ଡାକ୍ତରୀମାଇନା କରିବା ସହିତ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛି । ଗିରଫ ଅଭିଯୁକ୍ତ ଝୁପୁଡି ପଡାର ସୁଶାନ୍ତ ବାଘ ଓ ରାନୁ ନାଗକୁ ପୋଲିସ ଥାନାରେ ରଖି ପଚରା ଉଚୁରା କରୁଛି । ଅନ୍ୟ ଅଭିଯୁକ୍ତ ଝୁପୁଡିପଡାର ନବ ବାଗକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.