Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଅଭିଯୋଗ ମାମଲା, ଥାନା ଆଗରେ ଅଭିଯୋଗକାରିଣୀଙ୍କ ଧାରଣା

14/07/2019 at 12:45 PM

କଟକ ୧୪|୭: ସାଂସଦ ଅନୁଭବ ମହାନ୍ତି ଓ ଭାଇ ଅନୁପ୍ରାସଙ୍କ ବିରୋଧରେ ଏତଲା ଦେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ କରି ଥାନା ଆଗରେ ଧାରଣା । କଟକ ପୁରୀଘାଟ ଥାନା ଆଗରେ ଅଭିଯୋଗକାରିଣୀ ଧାରଣା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣି ଜଣେ ଯୁବତୀ । ଅନୁଭବ ଓ ତାଙ୍କ ବଡ ଭାଇ ଅନୁପ୍ରାସଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ । ଅନୁଭବ ତାଙ୍କୁ ଗାଳିଗୁଲଜ କରିଥିବା ଯୁବତୀ ଜଣକ ଅଭିଯୋଗ କରିଥିଲେ । ଏନେଇ କଟକ ପୁରୀଘାଟ ଥାନାରେ ଅନୁଭବଙ୍କ ନାଁରେ ଏକ ମାମଲା ରୁଜୁ ହୋଇଥିଲା ।

ଅନ୍ୟପଟେ ଏହାକୁ ଖଣ୍ଡନ କରିଥିଲେ ସାଂସଦ ଅନୁଭବ ମହାନ୍ତି । ତାଙ୍କ ନାଁକୁ ବଦନାମ କରିବା ପାଇଁ ଏହା ଏକ ଷଡଯନ୍ତ୍ର ବୋଲି ସେ କହିଥିଲେ ।  

   Related Posts