Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ, ଆସନ୍ତାକାଲି ଭୋର୍ ସୁଦ୍ଧା ମହିଳା କର୍ମଚାରୀଙ୍କୁ ବୁଥ୍କୁ ପଠାଯିବ

28/04/2019 at 5:57 PM

ଜଗତସିଂହପୁର ୨୮|୪: ଜଗତସିଂହପୁର ଜିଲ୍ଲାର ୪ଟି ବିଧାନସଭା ଆସନରେ ହେବାକୁ ଯାଉଥିବା ମତଦାନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଗତକାଲିଠାରୁ ନିୟୋଜିତ ହୋଇଥିବା ପୋଲିଂ ଅଧିକାରୀମାନଙ୍କୁ ନିର୍ଦ୍ଧାରିତ ବୁଥ୍ ମାନଙ୍କୁ ପଠା ଯାଇଥିବା ବେଳେ ଆସନ୍ତାକାଲି ଭୋର ସୁଦ୍ଧା ମହିଳା କର୍ମଚାରୀ ମାନଙ୍କୁ ପଠାଯିବ ।

ସେଥି ନିମନ୍ତେ ଆଜି  ମହିଳା ପୋଲିଂ ଅଧିକାରୀ ମାନେ ଆଜି ବିଭିନ୍ନ ବ୍ଲକ୍ ହେଡକ୍ବାର୍ଟରରେ ଆସି ଯୋଗ ଦେଇଛନ୍ତି । ଜିଲ୍ଲାରେ ମୋଟ୍ ୧୪୦୦ମହିଳା କର୍ମଚାରୀ ମାନଙ୍କୁ ନିୟୋଜିତ କରାଯାଇଛି । ପ୍ରଥମ ଥର ନିମନ୍ତେ ମହିଳା କର୍ମଚାରୀ ମାନଙ୍କୁ ଭୋଟ୍ କାର୍ଯ୍ୟକ୍ରମରେ ନିୟୋଜିତ କରାଯାଇ ଥିବାବେଳେ ସେମାନେ ବେଶ୍ ଉତ୍ସାହିତ ଥିବା କହିଛନ୍ତି ।

   Related Posts