ପୋଲିସିଆ ପ୍ରେମରେ ପ୍ରତାରଣା : ସବ୍ ଇନ୍ସପେକ୍ଟରଙ୍କ ବିରୋଧରେ ମହିଳା ଏସଆଇଙ୍କ ଏତଲା, ପ୍ରେମିକ ପୋଲିସ ବାବୁ ଫେରାର

Published By : Prameya-News7 Bureau | August 24, 2020 IST

ଭୁବନେଶ୍ବର ୨୪।୮: ଖାକି ବିରୋଧରେ ଖାକିର ସଙ୍ଗୀନ ଅଭିଯୋଗ । ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଧୋକା ଦେଲେ ସବ୍ ଇନ୍ସପେକ୍ଟର । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ସବ୍-ଇନ୍ସପେକ୍ଟର ସିଲୁ ଧଳଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ମହିଳା ସବ୍-ଇନ୍ସପେକ୍ଟର ।

ମହିଳା ସବ୍-ଇନ୍ସପେକ୍ଟର ଜଣଙ୍କ ଏ ଘଟଣା ନେଇ ଦାରିଙ୍ଗବାଡି ଥାନାରେ ଏତଲା ଦେଇଛନ୍ତି । ଏତଲା ଦେବା ପରେ ଅଭିଯୁକ୍ତ ଖଲ୍ଲିକୋଟ ଥାନା ସବ୍-ଇନ୍ସପେକ୍ଟର ସିଲୁ ଧଳ କେଉଁଆଡେ ଫେରାର ହୋଇ ଯାଇଛନ୍ତି ।

ତେବେ ଫେରାର ଥିବା ଅଭିଯୁକ୍ତ ସିଲୁ ଧଳଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ମହିଳା ସବ୍-ଇନ୍ସପେକ୍ଟର । ସେ ଭୁବନେଶ୍ବର ସ୍ଥିତ DG କ୍ୟାମ୍ପ୍ ଅଫିସକୁ ଆସି ଅଭିଯୋଗ ସିଲୁଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିବା ସହ ଗିରଫ ଦାବି ମଧ୍ୟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.