ବେଦୀରେ ବସିବା ପୂର୍ବରୁ ଚାରିକାନ୍ଧରେ ଗଲେ ମଶାଣୀ, ଭାବି ସ୍ବାମୀଙ୍କ ସହ ଯାଇଥିଲେ ଡିନରରେ, ଫେରିବା ବାଟରେ ଦୁର୍ବୃତ୍ତର ଗୁଳିମାଡ଼ରେ ଗଲା ଜୀବନ

Published By : Prameya-News7 Bureau | November 07, 2020 IST

ଗୁରୁଗ୍ରାମ ୭/୧୧: ଭାବି ସ୍ବାମୀଙ୍କ ସହ ସଜବାଜ ହୋଇ ବାହାରକୁ ଡିନରରେ ବାହାରିଥିଲେ ଯୁବତୀ। ବଡ଼ ହୋଟେଲ୍‌କୁ ଯାଇ ଦୁହେଁ ମନପସନ୍ଦର ଖାଦ୍ୟ ବି ଖାଇଲେ। ଖୁସିରେ କଥାବାର୍ତ୍ତା କରି କରି କାର୍‌ରେ ଦୁହେଁ ଫେରୁଥିଲେ। କିନ୍ତୁ ବିଚ୍‌ ରାସ୍ତା​‌ରେ ଏଭଳି ଘଟଣା ଘଟିଲା ଯେ ନିମିଷକରେ ସବୁ କିଛି ବଦଳିଗଲା । କିଛି ଦିନ ପରେ ବାହା ବେଦୀରେ ବସିଥାନ୍ତେ ଯୁବତୀ କିନ୍ତୁ ଏବେ ତାଙ୍କ ମୃତଦେହ ଗଲା ମଶାଣୀକୁ। ଏଭଳି ଅଭାବନୀୟ ଘଟଣା ଘଟିଛି ଗୁରୁଗ୍ରାମରେ।

ନଭେମ୍ବର ୩ରେ ଗୁରୁଗ୍ରାମର ଏକ ହୋଟେଲକୁ ଭାବି ସ୍ବାମୀଙ୍କ ସହ ଡିନ୍‌ର ପାଇଁ ଯାଇଥିଲେ ୨୬ ବର୍ଷୀୟା ପୂଜା ଶର୍ମା। ତେବେ ସେଠାରୁ ଫେରିବା ବେଳେ ରାସ୍ତା​‌ରେ ଜଣେ ଦୁର୍ବୃତ୍ତ ସେମାନଙ୍କ କାର ଅଟକାଇ ବନ୍ଧୁକ ଦେଖାଇ ସେମାନଙ୍କ ଠାରୁ ସୁନା ଗହଣା ଲୁଟ କରିବାକୁ ପ୍ରୟାସ କରିଥିଲା।ତେବେ ଏହାକୁ ପୂଜା ବିରୋଧ କରିବାରୁ ସିଧା ତାଙ୍କ ମୁଣ୍ଡକୁ ଗୁଳି ମାରିଥିଲା ଦୁର୍ବୃତ୍ତ।

ପୂଜାଙ୍କ ଘର ଛତିଶଗଡ଼ ହୋଇଥିବା ବେଳେ ସେ ଗୁରୁଗ୍ରାମରେ ଏକ ଏମଏନସିରେ କାର୍ଯ୍ୟ କରୁଥିଲେ । ତାଙ୍କ ଭାବି ସ୍ବାମୀ ମଧ୍ୟ ସେଠାରେ କାର୍ଯ୍ୟରତ। ପୂଜାଙ୍କ ମୁଣ୍ଡରେ ଗୁଳି ବାଜିଥିବା ବେଳେ ସେ ଗୁରୁତର ହୋଇଥିଲେ। ତାଙ୍କୁ ଗୁରୁଗ୍ରାମର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଛି।ତେବେ ପରିବାର ଲୋକେ ପୂଜାଙ୍କ ମୃତଦେହ ଛତିଶଗଡ଼ ନେଇଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.