ଛାତ୍ର ଛାତ୍ରୀଙ୍କ ପାଇଁ ମଞ୍ଚରେ ନାଚିଲେ ସରକାରୀ ମହିଳା ଅଧିକାରୀ

Published By : Prameya-News7 Bureau | November 23, 2019 IST

ଜୟପୁର ୨୩।୧୧ - ଛାତ୍ର ଛାତ୍ରୀଙ୍କ ପାଇଁ ପାଦରେ ପାଦ ଛନ୍ଦି ନାଚିଲେ ସରକାରୀ ମହିଳା ଅଧିକାରୀ। ଆଉ ଏହି ମହିଳା ଅଧିକାରୀ ଜଣଙ୍କ ହେଉଛନ୍ତି କୋରାପୁଟ ଜିଲ୍ଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର।

{"id":188848,"sizeSlug":"large"}


ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ତରଫରୁ କୋରାପୁଟ ଜିଲ୍ଲା ହରଡାପୁଟ ହାଇସ୍କୁଲରେ ୩ଦିନ ଧରି ଚାଲିଛି ସର୍ଗିଫୁଲ୍-୨୦୧୯ କାର୍ଯ୍ୟକ୍ରମ।ଏହି ୩ ଦିନିଆ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଛି।

{"id":188849,"sizeSlug":"large"}

ଆଉ ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର ଓଡିଶୀ ନୃତ୍ୟ ପରିବେଷଣ କରି ସମସ୍ତଙ୍କ ମନ ମୋହିଥିଲେ। ପେଶାରେ ଜଣେ ସରକାରୀ କର୍ମଚାରୀଙ୍କ ଏପରି ଓଡିଶୀ ନୃତ୍ୟ ଅନେକଙ୍କୁ ମନ୍ତ୍ର ମୁଗ୍ଧ ମଧ୍ୟ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.