ଯାଜପୁର୧୨/୧୨: ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ। ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ର ଜହ୍ନା ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସୀତାରାଣୀ ସୋରେନ୍ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଇନ୍ଦିରା ଆବାସ ଶେଷ ବିଲ୍ କରି ଦେବ ବୋଲି ସୀତାରାଣୀ ହିତାଧିକାରୀଙ୍କୁ କହିଥିଲେ।
ପ୍ରତିବଦଳରେ ରଣଜିତ୍ ରାୟ ନାମକ ଜଣେ ହିତାଧିକାରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ମହିଳା କାର୍ଯ୍ୟନିର୍ବାହୀ ଅଧିକାରୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି।