ଓଡିଶାର କେସିଂଗାରୁ ଆରମ୍ଭ ହେଲା ସମ୍ପର୍କ, ରାଜସ୍ତାନରେ ଦୁଷ୍କର୍ମର ଶିକାର ହେଲେ ଯୁବତୀ… ପଢନ୍ତୁ ପୂରା କାହାଣୀ

Published By : Prameya-News7 Bureau | April 02, 2019 IST

ସଓ୍ବାଇ ମାଧୋପୁର ୨/୩: ଓଡିଶାରୁ ଆରମ୍ଭ ହେଲା ସମ୍ପର୍କ । ଆଉ ରାଜସ୍ଥାନରେ ଯୁବତା ହେଲେ ଦୁଷ୍କର୍ମ ଶିକାର । ଏମିତି ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି ।  ବିବାହର ପ୍ରତିଶ୍ରୃତି ଦେଇ ଯୁବତୀଙ୍କ ସହ ଦୁଷ୍କର୍ମ ହୋଇଥିବା ପିଡ଼ୀତା ଯୁବତୀ ରାଜସ୍ତାନର କୋତଓ୍ବାଲି ଥାନାରେ ଦୁଇ ଭାଇଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। କୋତଓ୍ବାଲି ପୋଲିସ୍ ଏହି ମାମଲାର ତଦନ୍ତ ଆରମ୍ଭ କରିଛି।

ପିଡ଼ୀତା ଯୁବତୀ ଛତିଶଗଡ଼ର ଭିଲାଇରେ ରୁହନ୍ତି। ସେ ନିଜ ମାମୁଁଘରୁ ଓଡିଶାର ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ କେସିଙ୍ଗା ଆସିଥିଲେ । ମାମୁଘରେ କିଛିଦିନ କାଟିବାପରେ ସେ ଭିଲାଇ  ଟ୍ରେନ ଯୋଗେ ଫେରୁଥିଲେ ।  ଟ୍ରେନରେ ତାଙ୍କର ସାକ୍ଷାତ ହୋଇଥିଲା ରାଜସ୍ତାନର ବୋରିଫ ବାସିନ୍ଦା ଯୁବକ ବିଷ୍ଣୁ ମୀନାଙ୍କ ସହ । କଥାବାର୍ତ୍ତା ବେଳେ ବିଷ୍ଣୁ ମୀନା ନିଜର ମୋବାଇଲ୍ ନମ୍ବର ଯୁବତୀଙ୍କୁ ଦେଇଥିଲେ ଏବଂ ଯୁବତୀଙ୍କ ପାଖରେ ଫୋନ ନଥିବାରୁ ସେ ତାଙ୍କ ସାଙ୍ଗଙ୍କ ମୋବାଇଲ୍ ନମ୍ବର ବିଷ୍ଣୁଙ୍କୁ ଦେଇଥିଲେ।

ଏହାପରେ ଉଭୟଙ୍କ ମଧ୍ୟରେ ଫୋନରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା । କଥାବାର୍ତ୍ତା ପ୍ରେମରେ ରୂପାନ୍ତରିତ ହୋଇଥିଲା । ଥରେ ଯୁବତୀଜଣକ ଫୋନରେ ବିଷ୍ଣୁଙ୍କୁ ବିବାହ କଥା କହିବାରୁ ବିଷ୍ଣୁ ଯୁବତୀଙ୍କୁ ସଓ୍ବାଇ ମାଧୋପୁରକୁ ଡାକିଥିଲେ। ମାର୍ଚ୍ଚ ୨୭ତାରିଖରେ ଯୁବତୀ ସଓ୍ବାଇ ମାଧୋପୁର ଯାଇଥିଲେ। ବିଷ୍ଣୁ ମୀନା ଯୁବତୀଙ୍କୁ ନିଜ ସାଥୀରେ ଦୁଇ ତିନି ଦିନ ଅଲଗା ଅଲଗା ସ୍ଥାନ ବୁଲାଇଥିଲେ।

ଏହି ସମୟରେ ବିଷ୍ଣୁ ମୀନା ଯୁବତୀଙ୍କୁ ବିବାହର ପ୍ରତିଶ୍ରୃତି ଦେଇ ତାଙ୍କ ସହ ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲେ ଏବଂ ଦୁଇ ତିନି ଦିନ ପ​‌ରେ ଯୁବତୀଙ୍କୁ ସଓ୍ବାଇ ମାଧୋପୁର ଷ୍ଟେସନରେ ଛାଡ଼ି ଫେରାର ହୋଇ ଯାଇଥିଲେ। ଅନେକ ସମୟ ଅପେକ୍ଷା କରିବା ପରେ ମଧ୍ୟ ବିଷ୍ଣୁ ରେଲଓ୍ବେ ଷ୍ଟେସନରେ ନପହଞ୍ଚିବାରୁ ଯୁବତୀ ତାଙ୍କ ମୋବାଇଲ ଫୋନକୁ ଫୋନ୍ କରିଥିଲେ ।  ବିଷ୍ଣୁଙ୍କ ବଡ଼ଭାଇ ଦେବକରଣ  ଫୋନ୍ ଉଠାଇଥିଲେ।  

ଯୁବତୀ ତାଙ୍କ ବଡ଼ଭାଇଙ୍କୁ ସବୁକଥା କହିଥିଲେ। ଏହାପରେ ବିଷ୍ଣୁଙ୍କ ବଡଭାଇ ଦେବକରଣ ରେଲଓ୍ବେ ଷ୍ଟେସନରେ ପହଞ୍ଚିଥିଲେ। ସେ ଯୁବତୀଙ୍କୁ ଏକ ଶୁନଶାନ୍ ସ୍ଥାନକୁ ନେଇ ଯାଇଥିଲେ ଏବଂ ତାଙ୍କ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଦେବକରଣ ତାଙ୍କ ଉଦ୍ଦେଶ୍ୟରେ ସଫଳ ହୋଇପାରିନଥଲେ ଏବଂ ଯୁବତୀ ତାଙ୍କ କବଳରୁ ଖସି ପଳାଇଥିଲେ।

ଯୁବତୀଙ୍କୁ ରେଲଓ୍ବେ ଷ୍ଟେସନରେ ଏକୁଟିଆ କାନ୍ଦୁଥିବା ଦେଖି ଲୋକମାନେ କାରଣ ପଚାରିଥିଲେ। ଏହାପରେ ଯୁବତୀ ତାଙ୍କୁ ସବୁ କଥା କହିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସେ କୋତଓ୍ବାଲି ଥାନାରେ ପହଂଚି ପୋଲିସକୁ ସବୁ କଥା କହିଥିଲେ । ପୋଲିସ୍ ଦୁଇଭାଇଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.