କୂଅ ଭିତରୁ ମିଳିଲା ଯୁବତୀଙ୍କ ମୃତଦେହ, ଗୁରୁବାରଠୁ ଥିଲେ ନିଖୋଜ

Published By : Prameya-News7 Bureau | April 16, 2021 IST

ନିଶ୍ଚିନ୍ତକୋଇଲି ୧୬।୪: କଟକ ଜିଲ୍ଲା ମାହାଙ୍ଗା ଥାନା ରାହାଣିଆ ପଞ୍ଚାୟତ ରାହାଣିଆଠାରେ କୂଅ ଭିତରୁ ଜଣେ ୨୧ ବର୍ଷୀୟା ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବତୀ ଜଣଙ୍କ ହେଲେ ସୁରେନ୍ଦ୍ର ନାୟକଙ୍କ ଝିଅ ଜ୍ୟୋତିପ୍ରିୟା ନାୟକ । ଘରଠାରୁ ୧୦୦ ମିଟର ଦୂରରେ ପଡ଼ୋଶୀଙ୍କ କୂଅ ଭିତରୁ ମୃତଦେହ ଉଦ୍ଧାର କରାଯାଇଛି । ଗୁରୁବାରଠାରୁ ନିଖୋଜ ଥିବା ନେଇ ମୃତ ଯୁବତୀଙ୍କ ବାପା ସୁରେନ୍ଦ୍ର ମାହାଙ୍ଗା ଥାନାରେ ଅଭିଯୋଗ କରିଛନ୍ତି ।

ଘଟଣାସ୍ଥଳରେ କୁଆଁପାଳ ଦମକଳ ବାହିନୀ ପହଞ୍ଚି କୂଅ ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି । ମାହାଙ୍ଗା ପୋଲିସ ରାହାଣିଆ ଗ୍ରାମରେ ପହଞ୍ଚି ତଦନ୍ତ ଚଳାଇଛି । ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଛି ନା ତାଙ୍କୁ କେହି ହତ୍ୟା କରିଛି ତାହା ଜଣାପଡ଼ିନାହିଁ । ତେବେ ପୋଲିସ ତଦନ୍ତ ପରେ ସଠିକ୍ ତଥ୍ୟ ବାହାରକୁ ଆସିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.