ବଜ୍ରାଘାତରେ ଯୁବତୀଙ୍କ ମୃତ୍ୟୁ
28/06/2020 at 7:55 AM

Image Courtesy : news onair
ଉଦଳା ୨୮।୬: ଏମିତି ବି ଆସେ ମୃତ୍ୟୁ । ବିଲରେ ଖତ ପକାଇ ଫେରୁଥିବା ବେଳେ ବଜ୍ରାଘାତରେ ଯୁବତୀଙ୍କ ମୃତ୍ୟୁ ହୋଇଛି ।
ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଜଡିଦା ପଞ୍ଚାୟତ କୋହ୍ଲସାହି ଗ୍ରାମର ଯୁବତୀ ଲେମ୍ବ ସିଂ ଶନିବାର ଅପରାହ୍ନ ସମୟରେ ନିଜ ବିଲକୁ ଖତ ନେଇ ଯାଇଥିଲେ । ବିଲରେ ଖତ ଦେଇ ସେଠାରୁ ଫେରୁଥିବା ବେଳେ ବଜ୍ରପାତ ହୋଇଥିଲା । ବଜ୍ରାଘାତରେ ଲେମ୍ବଙ୍କର ମୃତ୍ୟୁ ହୋଇଥିଲା ।
ପରିବାର ଲୋକେ ଖବର ପାଇ ମୃତଦେହକୁ ଆଣି ଘରେ ରଖିଥିବା ବେଳେ ଦମକଳ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲା ।