Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • କଟକ : ଟ୍ରେନିଂ ପାଇଁ ଦିଲ୍ଲୀରୁ ଆସି କଟକ ଷ୍ଟେସନରେ ଯବାନ ନିଖୋଜ, ସ୍ବିଚ୍ ଅଫ୍ ଆସୁଛି ମୋବାଇଲ୍
  • ||
  • ଝାରସୁଗୁଡା : ଝାରସୁଗୁଡା କୋଲାବିରା ଅଞ୍ଚଳରେ ହାତୀ ଉପଦ୍ରବ, ଭାଙ୍ଗିଲେ ଘର ପାଚେରୀ
  • ||

ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

7/11/2019 at 1:55 PM

ରାୟଗଡା ୭।୧୧:   ଆଜି ରାୟଗଡା ପୋଲିସ ନିକଟରେ ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀଙ୍କ ନାମ ପାର୍ବତି । ବିଭିନ୍ନ ମାଓବାଦୀ କାର୍ଯ୍ୟକଳାପରେ ସାମିଲ ଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ,  ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀ ପାର୍ବତୀ ରାୟଗଡା ଓ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ହିଂସାରେ ସାମିଲ ଥିଲେ । ଯେପରି ରାୟଗଡା ଜିଲ୍ଲା ନିୟମଗିରି ପାହାଡରେ ତାଚ୍ରାକାବଣ୍ଡଲି ଗାଁ ନିକଟରେ ପୋଲିସ ସହ ଗୁଳିବିନିମୟ ଘଟଣା, ଧାନପଙ୍ଗା ଗାଁରେ ଡିଭିଏଫ ଯବାନଙ୍କ ସହ ଗୁଳିବିନିମୟ, ଜାରଣା ନିକଟରେ ଏସଓଜି ଯବାନଙ୍କୁ ହତ୍ୟା ଉଦ୍ୟମ, କାଠଗଡାରେ ଡିଭିଏଫ ଯବାନଙ୍କୁ ହତ୍ୟା, କଳାହାଣ୍ଡି ଜିଲ୍ଲାର ଠିକାଦାର ରାଜେନ୍ଦ୍ର ସାହୁଙ୍କୁ ହତ୍ୟା, ଝିମିରି ଗାଁରେ ଗୁଳିବିନିମୟରେ ପରି ହିଂସାକାଣ୍ଡରେ ସାମିଲ ଥିଲେ ପାର୍ବତୀ । ପାର୍ବତୀଙ୍କ ନାମରେ ୧ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ରହିଥିଲା । ମାଓ ସଂଗଠନରେ ଅତ୍ୟାଚାର ବଢିବା ପରେ ସେ ସଂଗଠନ ଛାଡି ଆତ୍ମସମର୍ପଣ କରିଥିବା ନେଇ ପ୍ରେସମିଟରେ  ପୋଲିସ ସୂଚନା ଦେଇଛି । ଛତିଶଗଡ ବିଜାପୁର ଜିଲ୍ଲାର ଓ୍ବାଚମ ଗାଁରେ ଆତ୍ମସମର୍ପଣ କରିଥିବା ମାଓବାଦୀ ଘର ଥିବାବେଳେ ମହିଳାଙ୍କ ସ୍ବାମୀ ରାଜୁ ମାଓ ସଂଗଠନର ଜଣେ କେନ୍ଦ୍ରୀୟ କମିଟିର ସଦସ୍ୟ ରହିଛନ୍ତି ।

   Related Posts