ଚାଟିଂ, ଡେଟିଂ, ସେଟିଂ ପରେ ଚିଟିଂ…ବ୍ୟାଙ୍କ୍ ଅଧିକାରୀଙ୍କୁ ଅଧ୍ୟାପିକାଙ୍କ ଠକେଇ, ଖୋଲିବ କି ବଡ ଗୁମର ?

Published By : Prameya-News7 Bureau | January 10, 2020 IST

ଭୁବନେଶ୍ବର ୧୦/୧: ଡେଟିଂ ଆପ୍ ରେ ଜବରଦସ୍ତ ଚିଟିଂ । ଜଣେ ଯୁବତୀ ଡେଟିଂ ଆପ୍ ଜରିଆରେ ଯୁବକଙ୍କୁ ପ୍ରେମଜାଲରେ ଫସାଇବା ପରେ ତାଙ୍କୁ ଅପହରଣ କରି ଟଙ୍କା ଲୁଟିଛନ୍ତି। ସମ୍ପର୍କର ୪ଦିନ ମଧ୍ୟରେ ଯୁବତୀଙ୍କ ଠକାମିର ଶିକାର ହୋଇଛନ୍ତି ସମ୍ପୃକ୍ତ ଯୁବକ। ଏହି ମାମଲାରେ ଚନ୍ଦ୍ରଶେଖରପୁର ପୋଲିସ୍ ଯୁବତୀ ଏବଂ ତାଙ୍କ ୪ଜଣ ସହଯୋଗୀଙ୍କୁ ଥାନାରେ ଅଟକ ରଖିଛି। ଆଉ ଏହି ଘଟଣା ଆଉ ଏକ ନୂଆ ତରିକାର ସାଇବର ଠକେଇ ସହ ରିଲେସନ, ସେକ୍ସ ଆଉ ଶୋଷଣର ନୂଆ ଅଭିଯୋଗ ସାମ୍ନାକୁ ଆସିଛି ।

{"id":209439,"sizeSlug":"large"}

   ଚାଟିଂ, ଡେଟିଂ, ସେଟିଂ  ଆଉ ଚିଟିଂ । ଏକ ଚର୍ଚ୍ଚିତ ଅପରାଧ ଖବର । ଜଣେ ଯୁବତୀ ଓ ତାଙ୍କ ବନ୍ଧୁ ମାନଙ୍କ ଦ୍ୱାରା ଠକେଇ ତଥା ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି ଜଣେ ଯୁବକ । ତେବେ ବଡ କଥାଟି ହେଲା ଠକେଇର ଶିକାର ଯୁବକ ଏବଂ ଠକିଥିବା ଯୁବତୀ ଉଭୟ ଉଚ୍ଚଶିକ୍ଷିତ ଏବଂ ଘରୋଇ ସଂସ୍ଥା ଏବଂ ଅନୁଷ୍ଠାନରେ ଚାକିରି କରନ୍ତି । ଅଭିଯୋଗକାରୀ  ଯୁବକ ଏକ ଘରୋଇ ବ୍ୟାଙ୍କର ଡେପୁଟି ମ୍ୟାନେଜର୍। ଯୁବକ ଜଣକ ଏକ ଡେଟିଂ ଆପ୍ ଜରିଆରେ ଯୁବତୀଙ୍କ ସହ ଚାଟିଂ କରିଥିଲେ। ଚାଟିଂରୁ ଉଭୟଙ୍କ ମଧ୍ୟରେ ଦେଖାଚାହାଁ ହୋଇଥିଲା। ଏପରିକି ଦୁହେଁ ପରସ୍ପରର ନିକଟତର ହୋଇଥିଲେ। ଉଭୟଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ସ୍ଥାପନ ବି ହୋଇଥିଲା। ଶାରିରୀକ ସମ୍ପର୍କ ସ୍ଥାପନ ବେଳେ ଯୁବତୀ ଜଣକ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଉଠାଇଥିବା ଅଭିଯୋଗ କରନ୍ତି ଯୁବକ । ତାପରେ ଘଟଣାରେ ଟ୍ୱିଷ୍ଟ ।

{"id":209441,"sizeSlug":"large"}

ଯୁବତୀ ଶରୀର ଅସୁସ୍ଥ ଅଛି ବୋଲି କହି ଯୁବକଙ୍କୁ ହସ୍ପିଟାଲ୍ ନେଇ ଯିବାକୁ କହିଥିଲେ। ଯୁବକ ଜଣକ ତାଙ୍କୁ ଚନ୍ଦ୍ରଶେଖରପୁରର ଏକ ଘରୋଇ ହସପିଟାଲକୁ ନେବା ବେଳେ ତାଙ୍କୁ ରାସ୍ତାରେ ଅପହରଣ କରିନେଇଥିଲେ ବାଇକ୍‌ରେ ଆସିଥିବା ୪ ଜଣ  ଯୁବକ। ସେମାନେ ସମସ୍ତେ ଯୁବତୀଙ୍କ ସହଯୋଗୀ ଥିବା ଅଭିଯୋଗ କରିଛନ୍ତି ଅଭିଯୋଗକାରୀ ଯୁବକ । ସେମାନେ ତାଙ୍କୁ ଜୋର ଜବରଦସ୍ତ ଅପହରଣ କରି ବାଇକରେ ନେଇଯାଇଥିଲେ। ତାଙ୍କୁ ଗୋଟିଏ ଘରେ ରଖି ତାଙ୍କଠୁ ବ୍ୟାଙ୍କ ଏଟିଏମ୍ କାର୍ଡ଼ ଏବଂ ପାସଓ୍ବାର୍ଡ଼  ସହ ଟଙ୍କା ଓ ମୋବାଇଲ ନେଇଯାଇଥିଲେ। ସେହି ଏଟିଏମ୍‌ରେ ଅପହରଣକାରୀ ମାନେ ୧୦ହଜାର ଟଙ୍କା ଉଠାଇନେଇଥିଲେ। ଏଟିଏମ୍ କାର୍ଡ଼ ବ୍ୟବହାର କରି  ଗାଡ଼ିରେ ପେଟ୍ରୋଲ୍ ପକାଇଥିଲେ ଏବଂ କିଛି  ସପିଙ୍ଗ୍ ମଧ୍ୟ କରିଥିଲେ ବୋଲି ଅଭିଯୋଗ କରିଛନ୍ତି ଠକେଇର ଶିକାର ଯୁବକ ।

{"id":209442,"sizeSlug":"large"}

ଏହା ପରେ ସଂପୃକ୍ତ  ଅପହରଣକାରୀମାନେ ଯୁବକଙ୍କୁ ଛାଡ଼ି ଦେବାକୁ ୫ଲକ୍ଷ ଟଙ୍କା ଦାବି କରିଥିଲେ। କିନ୍ତୁ ଟଙ୍କା ନମିଳିବାରୁ ସେମାନେ ତାଙ୍କୁ ଛାଡ଼ିଦେଇଥିଲେ ବୋଲି କହିଛନ୍ତି ଅଭିଯୋଗକାରୀ। ଏହା ପରେ ଯୁବକ ଜଣକ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ । ସେହି ଅଭିଯୋଗ ଆଧାରରେ  ପୋଲିସ୍ ଉକ୍ତ ଯୁବତୀ ଏବଂ ତାଙ୍କ ସହଯୋଗୀଙ୍କୁ ଥାନାରେ ଅଟକ ରଖିଛି। ପଚରାଉଚୁରା ବେଲେ ଉକ୍ତ ଯୁବତୀ ଜଣେ ବେସରକାରୀ କଲେଜର ଅଧ୍ୟାପିକା ବୋଲି ଜଣାପଡ଼ିଛି।ତେବେ ଏହା ଠକେଇ ନା ଆଉ କିଛି ତାହାର ଖୋଳତାଡ କରୁଛି ପୋଲିସ। ଯୁବତୀ ଏବଂ ତାଙ୍କ ସହଯୋଗୀମାନେ ଏପରି କାରନାମା ଆଗରୁ କରିଛନ୍ତି କି ନା, ସେହି ମୋବାଇଲ ଆପ୍‌ ରେ ପଡି ଆଉ କେହି ଶିକାର ହୋଇଛନ୍ତି କି ନା , ତାହାର ତଦନ୍ତ ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.