ଜଣେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଜେଲ ପଠାଇସାରିଛନ୍ତି ଏହି ଲେଡି ଦବଙ୍ଗ ଆଇପିଏସ, ଜାଣନ୍ତୁ ତାଙ୍କ ବିଷୟରେ

Published By : Prameya-News7 Bureau | January 13, 2019 IST

wp:heading {"level":5}
ଜୟପୁର ୧୩|୧: ଦେଶରେ ଅନେକ ଏମିତି ପୋଲିସ ଅଫିସର ଅଛନ୍ତି ଯିଏ ନିଜ ଦବଙ୍ଗ ଷ୍ଟାଇଲ ପାଇଁ ପ୍ରସିଦ୍ଧ। ଏମିତି ଅଫିସର କୌଣସି ନେତାଙ୍କ କଥାରେ ମଧ୍ୟ ଭୁଲ କାମ କରନ୍ତି ନାହିଁ। ନେତାଙ୍କ ଗୋଡିଣିଆ ନହେବା କାରଣରୁ ଏହିଭଳି ସଚ୍ଚୋଟ୍‌ ଅଫିସରଙ୍କୁ ବାରମ୍ବାର ବଦଳି ହେବାକୁ ପଡିଥାଏ। ଦୁର୍ନୀତିଗ୍ରସ୍ତ ଦୁନିଆରେ ଆଜି ମଧ୍ୟ ଏହି ଭଳି ଅନେକ ସଚ୍ଚୋଟ ଅଧିକାରୀ ଅଛନ୍ତି। ଜାଣନ୍ତୁ ଏମିତି ଏକ ଦବଙ୍ଗ ମହିଳା ଆଇପିଏସ୍‌ଙ୍କ ବିଷୟରେ ଯିଏ ନିଜ କର୍ତ୍ତବ୍ୟନିଷ୍ଠା ଓ ନିର୍ଭିକ କାର୍ଯ୍ୟ ପାଇଁ ଚର୍ଚ୍ଚିତ।
/wp:heading {"id":73532,"width":593,"height":391}
wp:heading {"level":5}
 ଏହି ମହିଳା ଆଇପିଏସ୍‌ ନିଜ ସଚ୍ଚୋଟ୍‌ କାର୍ଯ୍ୟ ପାଇଁ ଲୋକଙ୍କ ଦିଲରେ ରାଜ କରନ୍ତି। ଯେଉଁ ଜାଗାରେ ପୋଷ୍ଟିଂ ହୁଏ ସେଠାର ଅଧସ୍ଥନ ଅଧିକାରୀଙ୍କ ନିଦ ହଜିଯାଏ। କର୍ଣ୍ଣାଟକର ଆଇପିଏସ୍‌ ଡି ରୂପା ଅନେକ ନେତାଙ୍କୁ ମଧ୍ୟ ଜେଲ ପଠେଇସାରିଛନ୍ତି। ତେବେ ଏହି କାରଣରୁ ବହୁତ ଥର ଋପାଙ୍କୁ ନିଲମ୍ବିତ କରାଯିବାର ଚେତାବନୀ ମଧ୍ୟ ଦିଆଯାଇଛି।
/wp:heading {"id":73533,"width":595,"height":334}

ଭ୍ରଷ୍ଟାଚାର, ଦୁର୍ନିତୀ, ଚୋରି ଋପାଙ୍କୁ ପସନ୍ଦ ନୁହଁ। ଅପରାଧିମାନେ ଏହି ମହିଳା ଆଇପିଏସ୍‌ ଙ୍କୁ ଦେଖିଲେ ଡରନ୍ତି। ଋପା ଜଣେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଜେଲର ମଜା ଚଖାଇଥିଲେ। ପୋଲିସ ପୋଷାକ ପିନ୍ଧିଲେ ତାଙ୍କ ସ୍ୱଭାବରେ ପରିବର୍ତ୍ତନ ଆସେ ବୋଲି କୁହାଯାଏ। ରୂପା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ସେ ଭାରତକୁ ଅପରାଧ ମୁକ୍ତ ଦେଖିବାକୁ ଚାହାଁନ୍ତି।

{"id":73534,"width":594,"height":395}

ଛୋଟ ପିଲା ରୂପାଙ୍କୁ ଭାରି ପସନ୍ଦ। ଏହି କାରଣରୁ ସେ ଅନେକ ସ୍କୁଲରେ ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଥାନ୍ତି।

wp:heading {"level":1}

  

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.