Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ରୋଷେଇ କରିବାବେଳେ ଗ୍ୟାସ୍‌ରୁ ଲାଗିଲା ନିଆଁ ; ପୋଡି ହୋଇ ମହିଳା ଗୁରୁତର

29/11/2018 at 2:41 PM

କାମାକ୍ଷାନଗର ୨୯|୧୧:  ନିଆଁରେ ପୋଡି ହୋଇ ମହିଳା ଗୁରୁତର। କଙ୍କଡାହାଡ ଥାନା କଣ୍ଟାପାଳ ୧ନଂ କଲୋନୀରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗୁରୁତର ମହିଳା ହେଲେ ଶାନ୍ତିଲତା ପ୍ରଧାନ। ଆଜି ସକାଳେ ରୋଷେଇ କରୁଥିବା ବେଳେ ଅସାବଧାନତା ବଶତଃ ଗ୍ୟାସରୁ ନିଆଁ ଲାଗି ଯାଇଥିଲା। ଫଳରେ ମହିଳାଙ୍କ ଶାଢୀରେ ନିଆଁ ଲାଗିଯିବା ଫଳରେ ଶରୀରର ପ୍ରାୟ ୧୦୦ଭାଗ ପୋଡିଯାଇଛନ୍ତି। ଗୁରୁତର ଅବସ୍ଥାରେ ପରିବାରଲୋକେ ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

   Related Posts