Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଆଉ ଜଣେ ଟିଏମସି ବିଧାୟକଙ୍କ ପରଲୋକ
  • ||
  • ୧୦ ଦିନର ଶିଶୁପୁତ୍ରକୁ ୧୦ ହଜାର ଟଙ୍କାରେ ବିକିଦେଲା ବାପା, ମାଳିସାହି ନିକଟରୁ ଉଦ୍ଧାର କଲା ପୋଲିସ
  • ||
  • ହତ୍ୟା କରି ଗଛରେ ଟାଙ୍ଗିଦେଲେ ! ସନ୍ଧ୍ୟାରେ ସାଙ୍ଗ ହୋଇ ମଦ ପିଇଲା ପରେ ଏମିତି ଘଟିଲା କ’ଣ ?
  • ||
  • ଯୁବକଙ୍କୁ ବୀଭତ୍ସ ହତ୍ୟା : ଖଣ୍ଡା ଓ ଫାର୍ସାରେ ବେକକୁ ହାଣିଦେଲେ ୪ ଦୁର୍ବୃତ୍ତ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୫୭୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ୧୨ ଫୁଟର ଅଜଗର ଉଦ୍ଧାର, କପିଳାସ ଜଙ୍ଗଲରେ ଛାଡିଲା ବନ ବିଭାଗ
  • ||
  • ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ମାଫିଆ ଗିରଫ
  • ||
  • ଚର୍ଚ୍ଚିତ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ
  • ||

ଭୁବନେଶ୍ୱର ଶ୍ରୀ ବିହାରରେ ଡାକ୍ତରାଣୀଙ୍କ ସନ୍ଦେହଜନକ ମୃତ୍ୟୁ, ବର୍ଷେ ତଳେ ହୋଇଥିଲା ବିବାହ ବିଚ୍ଛେଦ

14/09/2018 at 12:53 PM

ଭୁବନେଶ୍ୱର ୧୪/୯ : ଭୁବନେଶ୍ୱର ଶ୍ରୀବିହାର ଅଂଚଳରେ ଥିବା ଏକ ଭଡା ଘରୁ ଜଣେ ମହିଳାଙ୍କ ଡାକ୍ତରଙ୍କ ମୃତଦେହ ଉଦ୍ଧାର ହୋଇଛି | ମୃତ ହୋମିଓପାଥି ଡାକ୍ତରାଣୀ ହେଲେ ମନସ୍ବିନୀ ବାରିକ | ତାଙ୍କ ବୟସ ୨୫ ବର୍ଷ ହେବ | ମୃତ ଡାକ୍ତରାଣୀଙ୍କ ଶବ ନିକଟରୁ ଏକ ଭେକ୍ରନିୟମ ଇଞ୍ଜେକ୍ସନ ସିସି ପୋଲିସ ଉଦ୍ଧାର କରିଛି | ଫଳରେ ମୃତ ଡାକ୍ତରାଣୀ ଏହି ଇଞ୍ଜେକ୍ସନ ନେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି | ଖବର ନେବାରେ ଜଣାପଡିଛି, ମୃତ ଡାକ୍ତରାଣୀଙ୍କ ନିଜ ଘର ବରଗଡ଼ ଜିଲ୍ଲାର ମେଲଛାମୁଣ୍ଡାରେ | ସେ ନିଜ ଭାଇଙ୍କ ସହ ଶ୍ରୀବିହାରରେ ରହୁଥିଲେ | ସ୍ଥାନୀୟ କେୟାର ହସ୍ପିଟାଲର ହୋମିଓପାଥିକ ବିଭାଗରେ କାମ କରୁଥିଲେ | ତାଙ୍କ ଭାଇ ମଧ୍ୟ ହୋମିଓପାଥିକ ଡାକ୍ତର | ୩ ବର୍ଷ ତଳେ ମୃତ ଡାକ୍ତରାଣୀଙ୍କ ବିବାହ ହୋଇଥିଲା | ଗତ ବର୍ଷକ ତଳେ ଆଇନଗତ ଭାବେ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା |


ନୂଆଖାଇ ପାଇଁ ଗତକାଲି ମୃତ ଡାକ୍ତରାଣୀଙ୍କ ଭାଇ ନିଜ ଗାଁ ମେଲଛାମୁଣ୍ଡା ଯାଇଥିଲେ | ସନ୍ଧ୍ୟାରେ ଭାଇ ବାରମ୍ବାର ଫୋନ କରିବେ ସତ୍ୱେ ମନସ୍ବିନୀ ଫୋନ ନ ଉଠାଇବାରୁ କିଛି ଅଘଟଣ ଆଶଙ୍କା କରିଥିଲେ | ନିଜର କିଛି ସାଙ୍ଗଙ୍କୁ ଶ୍ରୀ ବିହାର ଘରକୁ ପଠାଇଥିଲେ ଦେଖିବା ପାଇଁ | ସାଙ୍ଗମାନେ ଘରର କବାଟ ଭାଙ୍ଗି ଭିତରକୁ ଗଲାବେଳେ ଘର ଭିତରେ ମନସ୍ବିନୀଙ୍କ ମୃତଦେହ ପଡିଥିବା ଦେଖିଥିଲେ | ଘଟଣାସ୍ଥଳରେ ପୋଲିସ ପହଂଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି | ମୃତ ମନସ୍ବିନୀଙ୍କ ପରିବାର ଲୋକ ମଧ୍ୟ ବିଳମ୍ବିତ ରାତିରେ ପହଂଚିଥିଲେ | ମନସ୍ବିନୀ ଅତ୍ୟନ୍ତ ଦୃଢ ଥିଲେ ଓ ତାଙ୍କର କୌଣସି ମାନସିକ ଅବସାଦ ନଥିଲା ବୋଲି ତାଙ୍କ ପିତା କହିଛନ୍ତି | ମନସ୍ବିନୀ ଆତ୍ମହତ୍ୟା କରିଥିବା ନେଇ ମଧ୍ୟ ସେ ସନ୍ଦେହ ପ୍ରକାଶ କରିବା ସହ ଘଟଣା ପଛରେ ଆଉ କିଛି କାରଣ ଥାଇ ପରେ ମଧ୍ୟ ଆଶଙ୍କା ପ୍ରକାଶ କରିଛନ୍ତି | ପୋଲିସ ଘଟଣାର ତଦନ୍ତ କରୁଛି | ଖବର ନେବାରେ ଜଣାପଡିଛି ଯେ, ଭେକ୍ରନିୟମ ଇଞ୍ଜେକ୍ସନ ସାଧାରଣତଃ ନିଶ୍ଚେତକ ଭାବରେ ବ୍ୟବହାର କରାଯାଏ | ଆଇସିୟୁରେ ଏହାର ଅଧିକ ବ୍ୟବହାର ହୋଇଥାଏ | ଅଧିକ ଡୋଜର ଭେଙ୍କରନିୟମ ଜୀବନ ନେଇପାରେ ବୋଲି ଜଣାପଡିଛି | ସୂଚନାଯୋଗ୍ୟଯେ, ଗତକାଲି ମନସ୍ବିନୀ ନିଜ ଫେସବୁକ ଆକାଉଣ୍ଟ ମଧ୍ୟ ଡିଲିଟ କରିଦେଇଛନ୍ତି |

   Related Posts