ଭିଲିଆନ୍ ଲେଡି ହୋମଗାର୍ଡ଼ : ପଡ଼ୋଶୀ ଯୁବତୀଙ୍କୁ ଘରକୁ ଡାକିଲେ,ତାଙ୍କ ସାମ୍ନାରେ ସ୍ବାମୀ କଲେ ଦୁଷ୍କର୍ମ

Published By : Prameya-News7 Bureau | October 23, 2020 IST

ରାୟପୁର ୨୩/୧୦: ଜଣେ ମହିଳା ହୋମଗାର୍ଡ଼ ପଡ଼ିଶାରେ ରହୁଥିବା ଯୁବତୀଙ୍କୁ ପ୍ରଲୋଭନ ଦେଖାଇ ନିଜ ଘରକୁ ଶୋଇବାକୁ ଡାକିଥିଲେ। ଏଠାରେ ତାଙ୍କ ସ୍ବାମୀ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା। ଏହି ଲଜ୍ଜାଜନକ ଘଟଣା ଘଟିଛି ଛତିଶଗଡ଼ର ଅମ୍ବିକାପୁର ଜିଲ୍ଲାରେ।

ଯୁବତୀଙ୍କଠୁ ମାମଲା ବିଷୟରେ ଜାଣିବା ପରେ ହୋମଗାର୍ଡ଼ ଏବଂ ତାଙ୍କ ସ୍ବାମୀକୁ ଗିରଫ କରି ଜେଲ୍ ପଠାଯାଇଛି। ମହିଳା ହୋମଗାର୍ଡ଼ଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ବିଷୟରେ ମଧ୍ୟ କୁହାଯାଉଛି।

ଅଭିଯୁକ୍ତ ମହିଳା ହୋମଗାର୍ଡ଼ ଅକ୍ଟୋବର ୨୦ତାରିଖ ରାତିରେ ନିଜ ପଡ଼ିଶାରେ ରହୁଥିବା ଯୁବତୀଙ୍କୁ ନିଜ ଘରେ ଶୋଇବା କଥା କହି ଡାକିଥିଲେ। ମହିଳା ହୋମଗାର୍ଡ଼ ତାଙ୍କୁ କହିଥିଲେ ଯେ ସେ ଘରେ ଏକୁଟିଆ ଅଛନ୍ତି,ଆଜି ରାତିରେ ସେ ତାଙ୍କ ପାଖରେ ଶୋଇବାକୁ ଆସନ୍ତୁ। ଯେତେବେଳେ ଯୁବତୀ ତାଙ୍କ ଘରକୁ ଆସିଥିଲେ ସେତେବେଳେ ଘରେ ବିଦ୍ୟୁତ୍ ନଥିଲା।

ପୀଡ଼ିତା ଯୁବତୀ ତାଙ୍କୁ ଏବିଷୟରେ ପଚାରିବାରୁ ବିଦ୍ୟୁତ ନଥିବା କଥା ମହିଳା ହୋମଗାର୍ଡ଼ କହିଥିଲେ। ଏହି ସମୟରେ ମହିଳାଙ୍କ ସ୍ବାମୀ ତାଙ୍କ ସାମନାରେ ହିଁ ଯୁବତୀଙ୍କୁ ଟାଣି ଆଣି ଦୁଷ୍କର୍ମ କରିଥିଲା।

କାନ୍ଦି କାନ୍ଦି ଯୁବତୀ ମଣିପୁର ଥାନା ପହଞ୍ଚିଥିଲେ ଏବଂ ମାମଲା ରୁଜୁ କରିଥିଲେ। ପୋଲିସ୍ ମହିଳା ହୋମଗାର୍ଡ଼ ଏବଂ ତାଙ୍କ ସ୍ବାମୀକୁ ଗିରଫ କରି ଆଇପିସିର ଧାରା ୩୭୬,୩୪୨,୩୫୪ ଏବଂ ୫୦୬ ଅନୁସାରେ ମାମଲା ରୁଜୁ କରିଥିଲା। ପୋଲିସ୍ ଉଭୟଙ୍କୁ କୋର୍ଟରେ ହାଜର କରାଇଥିଲା ଯେଉଁଠାରୁ ଉଭୟଙ୍କୁ ଜେଲ୍ ପଠାଇ ଦିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.