ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଦେହରେ ନିଆଁ ଲଗାଇ ମହିଳା ହୋମଗାର୍ଡଙ୍କ ଆତ୍ମାହୁତି ଉଦ୍ୟମ

Published By : Prameya-News7 Bureau | September 11, 2018 IST

ଭୁବନେଶ୍ୱର ୧୧/୯ : ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ଆନ୍ଦୋଳନରତ ଜଣେ ମହିଳା ହୋମଗାର୍ଡ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଛନ୍ତି | ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ଆନ୍ଦୋଳନକାରୀ ଏହି ପୂର୍ବତନ ଗୃହରକ୍ଷୀଙ୍କ ନାଁ କାଞ୍ଚନ ପାତ୍ର ବୋଲି ଜଣାପଡିଛି | ସେ ୨୦୧୧ ମସିହାରୁ କାର୍ଯ୍ୟରେ ଅବହେଳା ଅଭିଯୋଗରେ ଛଟେଇ ହୋଇଥିଲେ | ସୂଚନାଯୋଗ୍ୟ ଯେ, ଗତ ଶନିବାର ଠାରୁ ୨୦୧୧ ମସିହାରେ ଛଟେଇ ହୋଇଥିବା ୧୮ ଜଣ ଗୃହରକ୍ଷୀଙ୍କ ପୁନଃ ନିଯୁକ୍ତି ସମେତ ଅନ୍ୟାନ୍ୟ କେତେକ ଦାବି ନେଇ ଗୃହରକ୍ଷୀ ସଂଘ ଗତ ଶନିବାର ଠାରୁ ମହାତ୍ମା ଗାନ୍ଧୀ ମାର୍ଗରେ ଧାରଣାରେ ବସିଥିଲେ | ତେବେ ଆଜି ହଠାତ କାଞ୍ଚନ ପାତ୍ର ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ | ମହାତ୍ମା ଗାନ୍ଧୀ ମାର୍ଗରେ ଥିବା ପୋଲିସମାନେ ତାଙ୍କ ଦେହରୁ ତୁରନ୍ତ ନିଆଁ ଲିଭାଇ ତାଙ୍କୁ ହସ୍ପିଟାଲକୁ ପଠାଇଥିଲେ | କାଞ୍ଚନଙ୍କ ଦୁଇ ପାଦ ଜାଳି ଯାଇଥିବା ଜଣାପଡିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.