Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||
  • ଭୁବନେଶ୍ବର : ହୋଟେଲ୍ ଓ ରେଷ୍ଟୁରାଣ୍ଟକୁ BMCର କଡା ନିର୍ଦ୍ଦେଶ, ୭ ଦିନ ଭିତରେ ଦୋକାନ ସମ୍ମୁଖରେ ଲଗାଅ ଫୁଡ୍ ସେଫ୍ଟି ସାର୍ଟିଫିକେଟ୍
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୩ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ଭଡା ଘରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକ

3/01/2020 at 11:25 AM

ଭୁବନେଶ୍ବର ୩।୧: ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ବର ସ୍ଥିତ ବରମୁଣ୍ଡା ଜଗନ୍ନାଥ ବିହାର ଅଞ୍ଚଳରେ ଥିବା ଭଡା ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବତୀଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ସଂପୃକ୍ତ ଯୁବତୀ ଜଣଙ୍କ ଭୁବନେଶ୍ବର ସ୍ଥିତ ଜଗନ୍ନାଥ ବିହାର ଅଞ୍ଚଳରେ ଭଡାରେ ରହୁଥିଲେ । ଆଜି ଘର ଭିତରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀଙ୍କ ନାମ ରଶ୍ମୀତା । ତାଙ୍କ ବୟସ ୨୭ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ଖଣ୍ଡଗିରି ତାନା ପୋଲି ପହଞ୍ଚି ମୃତଦେହ ଜବତ କରିଛି । ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ମୃତଦେହ ପଠାଇଛି ।

ଅନ୍ୟପଟେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାରଲୋକ । କେହି ତାଙ୍କୁ ହତ୍ୟା କରିବା ପରେ ଘରେ ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ପରିବାରଲୋକଙ୍କ କହିବା ଅନୁଯାୟୀ, ଦୁଇ ମାସ ତଳେ ଯୁବକ ଜଣଙ୍କ ତାଙ୍କ ଝିଅକୁ ଘରୁ ନେଇ ପଳାଇଆସିଥିଲେ । ମାତ୍ର ସଂପୃକ୍ତ ଯୁବକଙ୍କ ପରିବାରଲୋକ ଉଭୟଙ୍କୁ ସ୍ବୀକାର ନକରିବାରୁ ଏକ ଭଡାଘର ନେଇ ଉଭୟ ଭୁବନେଶ୍ବରରେ ରହୁଥିଲେ ।

ତେବେ ଯୁବକ ଜଣଙ୍କ ଗତକାଲି ରାତିରେ ଘରକୁ ଫେରି ଦେଖିଥିଲେ ଘରର କବାଟ ବନ୍ଦ ଥିଲା । ଡାକିଲେ ବି ଯୁବତୀ ଜଣଙ୍କ ଶୁଣି ନଥିଲେ । ଫଳରେ ଯୁବକ ଜଣଙ୍କ ଯୁବତୀଙ୍କ ଭିଣୋଇ ଘରକୁ ଯାଇ ଡାକିଥିଲେ । ଏହାପରେ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘରର କବାଟ ଭାଙ୍ଗି ଦେଖିଥିଲା ଯେ, ଯୁବତୀ ଜଣଙ୍କ ବେକରେ ଓଢଣୀ ବାନ୍ଧି ଝୁଲି ପଡିଛନ୍ତି ।

ତେବେ ସଂପୃକ୍ତ ଯୁବକଙ୍କ ନିର୍ଯାତନା ସହିନପାରି ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥାଇପାରନ୍ତି ଅଥବା ତାଙ୍କୁ ହତ୍ୟା କରି ଟାଙ୍ଗିଦିଆଯାଇଥିବା ପରିବାରଲୋକ ଅଭିଯୋଗ କରିଛନ୍ତି ।

   Related Posts